Explore

Search

August 14, 2026 4:58 pm

ଜୟପୁର-ମାଲକାନଗିରି ରେଳପଥକୁ ନେଇ ପ୍ରଶାସନର ଗୁରୁତ୍ୱ

କୋରାପୁଟ : କୋରାପୁଟ ଜିଲ୍ଲାର ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଜୟପୁର-ନବରଙ୍ଗପୁର ଏବଂ ଜୟପୁର-ମାଲକାନଗିରି ରେଳପଥ ପ୍ରକଳ୍ପର କାର୍ଯ୍ୟକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଆଲୋଚନା ହୋଇଛି। କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଉଭୟ ରେଳ ପ୍ରକଳ୍ପର ବିଭିନ୍ନ ପ୍ରାସଙ୍ଗିକ ଦିଗ ଉପରେ ବିସ୍ତୃତ ଚର୍ଚ୍ଚା କରାଯାଇଥିଲା।
ଏହି ରେଳପଥ ନିର୍ମାଣ କାର୍ଯ୍ୟ ସଫଳ ହେଲେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ସିଧାସଳଖ ଭାବେ ରେଳ ସେବା ସହ ଯୋଡ଼ିହେବ। ବିଶେଷକରି ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଲୋକମାନେ ଉନ୍ନତ ଯାତାୟାତ ସୁବିଧା ପାଇବା ସହିତ ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହେବ।
ଆଲୋଚନା ସମୟରେ ଜମି ଅଧିଗ୍ରହଣ, ଆବଶ୍ୟକ ଅନୁମତି, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ କାର୍ଯ୍ୟାନୁଷ୍ଠାନରେ ଥିବା ସମ୍ଭାବ୍ୟ ବାଧା ଦୂରୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରକଳ୍ପ ସହ ଜଡିତ ଅଧିକାରୀମାନଙ୍କୁ ଆବଶ୍ୟକ କାର୍ଯ୍ୟ ଶୀଘ୍ର ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ କେବଳ ଯାତାୟାତ ବ୍ୟବସ୍ଥାର ବିକାଶ ନୁହେଁ, ବରଂ ଏହା ଅଞ୍ଚଳର ସାମଗ୍ରିକ ଆର୍ଥିକ ଓ ସାମାଜିକ ପରିବର୍ତ୍ତନର ଏକ ମୁଖ୍ୟ ମାଧ୍ୟମ ହେବ ବୋଲି ମତ ପ୍ରକାଶ ପାଇଥିଲା । ପ୍ରକଳ୍ପ ଗୁଡ଼ିକ ଶୀଘ୍ର ବାସ୍ତବ ରୂପ ନେଲେ ଦୀର୍ଘଦିନର ରେଳ ସଂଯୋଗ ଆଶା ପୂରଣ ହେବାସହ ଦକ୍ଷିଣ ଓଡ଼ିଶାର ବିକାଶକୁ ନୂତନ ଗତି ମିଳିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score