Explore

Search

May 23, 2026 3:18 am

ଚେନ୍ନାଇ ସୁପର କିଙ୍ଗସକୁ ଶକ୍ତ ଝଟକା : ସବୁ ଖେଳାଳିଙ୍କ ଉପରେ ଲାଗିଲା ଜୋରିମାନା

ଅହମଦାବାଦ : ଚେନ୍ନାଇ ସୁପର କିଙ୍ଗସକୁ ଶକ୍ତ ଝଟକା। ସବୁ ଖେଳାଳିଙ୍କ ଉପରେ ଲାଗିଲା ଜୋରିମାନା। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପରେ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ବାଡଙ୍କୁ ଜୋରିମାନା ଦିଆଯାଇଛି । ସ୍ଲୋ ଓଭର ରେଟ୍ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଫାଇନ୍ ଲାଗିଛି । ଆଇପିଏଲ ଆଚାର ସଂହିତା ଅନୁଯାୟୀ ଚଳିତ ସିଜନରେ ଏହା ଚେନ୍ନାଇ ଟିମର ଦ୍ୱିତୀୟ ଅପରାଧ ଥିବାରୁ ଏତେ ବଡ଼ ଜୋରିମାନା ଲାଗୁ କରାଯାଇଛି ।

ଋତୁରାଜଙ୍କ ସହ ମ୍ୟାଚ୍‌ରେ ଖେଳିଥିବା ଅନ୍ୟ ଖେଳାଳି ଓ ଇମ୍ପାକ୍ଟ ପ୍ଲେୟାରଙ୍କୁ ମଧ୍ୟ ଜୋରିମାନା ଦିଆଯାଇଛି । ଆଇପିଏଲ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଟିମର ଅନ୍ୟ ସଦସ୍ୟଙ୍କ ଉପରେ ୬-୬ ଲକ୍ଷ ଟଙ୍କାର ଫାଇନ୍ ଲାଗିଛି ।
ଆଇପିଏଲ ୨୦୨୬ର ଏହି ଶେଷ ଲିଗ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୮୯ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା । ଏହି ପରାଜୟ ସହ ଚେନ୍ନାଇର ପ୍ଲେ-ଅଫ ଆଶା ସମାପ୍ତ ହୋଇଥିବାବେଳେ ଗୁଜରାଟ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଆହୁରି ମଜବୁତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୨୯ ରନର ବିଶାଳ ସ୍କୋର ଗଢ଼ିଥିଲା । ଜବାବରେ ଚେନ୍ନାଇ ଦଳ ୧୩.୪ ଓଭରରେ ୧୪୦ ରନରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଏହି ଭାରି ପରାଜୟ ସହ ଚେନ୍ନାଇର ଅଭିଯାନ ଶେଷ ହୋଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score