Explore

Search

August 5, 2026 11:16 pm

ଗୁହାରି ଶୁଣିଲେ ଜିଲ୍ଲାପାଳ ମନୋଜ ମହାଜନ : ନିଯୁକ୍ତି ପାଇବେ ସୁକାନ୍ତି

କୋରାପୁଟ : ଶେଷରେ ଜିଲ୍ଲାପାଳ ଗୁହାରି ଶୁଣିଲେ। ଏବେ ନିଯୁକ୍ତି ପାଇବେ ଆଦିବାସୀ ଯୁବତୀ। ଆଉ ମୁଣ୍ଡରୁ ହଟିବ ସିମେଣ୍ଟ ବୋଝ । ଏଥିପାଇଁ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନଙ୍କୁ ମୁଣ୍ଡିଆ ମାରି ଧନ୍ୟବାଦ ଜଣେଇଛନ୍ତି ଆଦିବାସୀ ଯୁବତୀ ସୁକାନ୍ତି ପରଜା ।

କୋରାପୁଟ ବ୍ଲକ ମହାଦେଇପୁଟ ପଞ୍ଚାୟତ ମୁଣ୍ଡାଗୁଡ଼ାର ଆଦିବାସୀ ଯୁବତୀ ସୁକାନ୍ତି ପରଜାଙ୍କ ଜୀବନ ଥିଲା ସଂଘର୍ଷମୟ । ହାତରେ ଥିଲା ଡିପ୍ଲୋମା ଡିଗ୍ରୀ । କିନ୍ତୁ ସ୍ଥାୟୀ ଚାକିରୀ ନମିଳିବାରୁ ମୁଣ୍ଡରେ ବୋହୁଥିଲେ ଗୋଡି, ବାଲି ଓ ସିମେଣ୍ଟର ବୋଝ । ଏନେଇ ସୁକାନ୍ତିଙ୍କୁ କାମ ଦେଇଥିବା ଯୁବ ଠିକାଦାର କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନଙ୍କ ନିକଟରେ ଗୁହାରି କରିଥିଲେ ।

ଏହାପରେ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ସୁକାନ୍ତି ପରଜାଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଆଲୋଚନା କରିଥିଲେ । ଏବେ ସୁକାନ୍ତିଙ୍କୁ ସହଯୋଗ ସଂଯୋଜକ ଭାବେ ରଖି ପ୍ରାଥମିକ ପ୍ରଶିକ୍ଷଣ ଦେବାପରେ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢିବ ବୋଲି ଆଶ୍ୱାସନା ଦେଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score