Explore

Search

October 13, 2026 11:51 pm

ଓଡ଼ିଶାକୁ ପୁଣି ଫେରିଲା କରୋନା : MKCGରେ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର : ଓଡ଼ିଶାକୁ ପୁଣି ଫେରିଲା କରୋନା। MKCGରେ କରୋନା ରୋଗୀ ଚିହ୍ନଟ ପରେ ଚିନ୍ତା ବଢିଛି ସ୍ୱାସ୍ଥ୍ୟ ବିଭାଗର। ଜଣେ ମହିଳାଙ୍କ ଠାରେ କରୋନା ସଂକ୍ରମଣ ଥିବା ଚିହ୍ନଟ ହେବାପରେ ତାଙ୍କୁ ମେଡିକାଲର ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ରଖାଯାଇଛି । ଡାକ୍ତରମାନେ ତାଙ୍କୁ ନିୟମିତ ଚିକିତ୍ସା କରିବା ସହ ନଜର ରଖିଛନ୍ତି।

ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଂପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ଗୁରୁତର ସମସ୍ୟା ଦେଖାଯାଇନାହିଁ। ଏନେଇ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟଙ୍କ ରିପୋର୍ଟ ଅନୁସାରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଆତଙ୍କିତ ହେବାର କୌଣସି କାରଣ ନାହିଁ। ରୋଗୀଙ୍କ ପାଇଁ ଆବଶ୍ୟକ ସମସ୍ତ ଚିକିତ୍ସା ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଚିକିତ୍ସା ପ୍ରକ୍ରିୟା ନିୟମ ଅନୁସାରେ ଜାରି ରହିଛି ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ବ୍ରହ୍ମପୁର ବଡ଼ ମେଡିକାଲରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁତର ସହ ନେଇଛି । ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଉଥିବାବେଳେ ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ଅନୁରୋଧ କରାଯାଇଛି। ବିଶେଷକରି ନିୟମିତ ହାତ ସଫା କରିବା, ଭିଡ଼ ସ୍ଥାନରେ ସାବଧାନତା ଅବଲମ୍ବନ କରିବା ଏବଂ ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟା ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବାକୁ କୁହାଯାଇଛି।

ଅନ୍ୟପଟେ ବଡ଼ ମେଡିକାଲ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥାକୁ ସକ୍ରିୟ ରଖାଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଚିକିତ୍ସକମାନେ ନିୟମିତ ନଜର ରଖୁଛନ୍ତି। ସେହିପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ଓ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟ ଜାରି ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score