Explore

Search

April 15, 2026 11:07 am

ଆସିଲା ଇ-ରେଜିଷ୍ଟ୍ରେସନ୍ ଆପ୍, ଗୋଟିଏ କ୍ଲିକରେ ମିଳିବ ସମସ୍ତ ସରକାରୀ ସୁବିଧା

ଜମି କିଣା ହେଉ କିମ୍ବା ଜାତିଗତ ପ୍ରମାଣପତ୍ର ଓ ଇନକମ୍ ସାର୍ଟିଫିକେଟ ବାହାର କରିବା ପାଇଁ ହେଉଥିବା ସମସ୍ୟାରୁ ମିଳିବ ସମାଧାନ। ହାତପାହାନ୍ତାରେ ମିଳିବ ସରକାରୀ ସୁବିଧା। ଏଥିପାଇଁ ଓଡିଶା ସରକାର ଆଣିଛନ୍ତି ଇ-ରେଜିଷ୍ଟ୍ରେସନ୍ ଆପ୍ । ଗୋଟିଏ କ୍ଲିକରେ ସମାଧାନ ହେବ ୧୮ ରାଜସ୍ବ ସେବା । ଯାହାଦ୍ବାରା ସବ-ରେଜିଷ୍ଟ୍ରାର ଅଫିସର ଭିଡକୁ ଦୂର କରାଯାଇପାରିବ । ରାଜସ୍ବ ସେବା ଆହୁରି ସ୍ବଚ୍ଛତାର ଲୋକଙ୍କ ନିକଟତର ହେବ । ଏହାସହ ଗତ ବର୍ଷେ ମଧ୍ୟରେ ରାଜସ୍ବ ବିଭାଗ କେତେ ସଫଳତା ପାଇଛି ତାହାର ରିପୋର୍ଟକାର୍ଡ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ବର୍ଷକରେ ୨୦,୩୫୮ଟି ସରକାରୀ ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ପଟ୍ଟା, ବସୁନ୍ଧରା ଯୋଜନାରେ ୧୬ ହଜାର ୭୨୭ ବାସହୀନଙ୍କୁ ଘରବାଡି ପଟ୍ଟା ପ୍ରଦାନ କରି ସଫଳତାର ପୃଷ୍ଠା ଓଲଟାଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score