Explore

Search

May 9, 2026 7:03 pm

ଆଜିଠୁ ପଶ୍ଚିମବଙ୍ଗରେ ଶୁଭେନ୍ଦୁଙ୍କ ସରକାର

କୋଲକାତା: ପଶ୍ଚିମବଙ୍ଗର ରାଜନୀତିରେ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି। ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭବ୍ୟ ଆୟୋଜନ ମଧ୍ୟରେ ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଏହି ସମାରୋହରେ ସେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଏହାସହ ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହୋଇଛି ଏବଂ ଶୁଭେନ୍ଦୁ ଅଧିକାରୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଇତିହାସ ସୃଷ୍ଟି କରିଛନ୍ତି।

ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସହ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଶପଥ ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ସହ ଶୁଭେନ୍ଦୁ ଅଧିକାରୀ ଖୋଲା ଜିପ୍‌ରେ ଏକ ବିଶାଳ ଶୋଭାଯାତ୍ରା କରି ବ୍ରିଗେଡ ପଡ଼ିଆରେ ପହଞ୍ଚିଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ସମାରୋହ ମଞ୍ଚକୁ ଭବ୍ୟ ଓ ସାଂସ୍କୃତିକ ଛାପରେ ସଜାଯାଇଥିଲା। ମଞ୍ଚରେ ମା’ କାଳୀଙ୍କ ମନ୍ଦିର ଆକୃତି ସହ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଫଟୋ ରଖାଯାଇଥିଲା। ଶପଥ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦି ଓ ଶୁଭେନ୍ଦୁ ଅଧିକାରୀ ରବୀନ୍ଦ୍ରନାଥ ଠାକୁରଙ୍କ ଛବିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସମାରୋହକୁ ଅଧିକ ଆକର୍ଷଣୀୟ କରିଥିଲା।

ଉଲ୍ଲେଖଯୋଗ୍ୟ, ଗତକାଲି କୋଲକାତାର ବିଶ୍ୱ ବଙ୍ଗଳା ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କୁ ବିଧାୟକ ଦଳର ନେତା ଭାବେ ଘୋଷଣା କରାଯାଇଥିଲା। ବରିଷ୍ଠ ବିଜେପି ନେତା ଦିଲୀପ ଘୋଷ ତାଙ୍କ ନାମ ପ୍ରସ୍ତାବ କରିଥିବା ବେଳେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଔପଚାରିକ ଭାବେ ଘୋଷଣା କରିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସହ-ପର୍ଯ୍ୟବେକ୍ଷକ ଭାବେ ବୈଠକରେ ଯୋଗ ଦେଇଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score