ଆଇପିଏଲ୍ 2026 ଏବେ ରୋମାଞ୍ଚକର ଶେଷ ପର୍ଯ୍ୟାୟକୁ ପହଞ୍ଚିଥିବା ବେଳେ BCCI ପକ୍ଷରୁ ନିଆଯାଇଛି ଏକ କଡ଼ା ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦୁର୍ନୀତି, ମ୍ୟାଚ୍ ଫିକ୍ସିଂ ଏବଂ ଗୋପନୀୟ ସୂଚନା ଲିକ୍ ଭଳି ଅଭିଯୋଗକୁ ରୋକିବା ପାଇଁ BCCIର ଆଣ୍ଟି-କରପ୍ସନ୍ ସିକ୍ୟୁରିଟି ୟୁନିଟ୍ (ACSU) ଖେଳାଳି ଓ ମ୍ୟାଚ୍ ଅଫିସିଆଲ୍ସଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି।
ନୂତନ ନିୟମ ଅନୁଯାୟୀ, ଚଳିତ ସିଜନର ଅବଶିଷ୍ଟ ମ୍ୟାଚ୍ ଗୁଡ଼ିକରେ ‘ସ୍ମାର୍ଟ ସନଗ୍ଲାସ୍’ କିମ୍ବା ସ୍ମାର୍ଟ ଚଷମା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । BCCI କହିଛି ଯେ, ଏହି ଅତ୍ୟାଧୁନିକ ଚଷମାରେ ଲାଇଭ୍ ଷ୍ଟ୍ରିମିଂ, ଭିଡିଓ କଲ୍, ଭଏସ୍ କମ୍ୟୁନିକେସନ ଓ ମେସେଜିଂ ଭଳି ସୁବିଧା ଥିବାରୁ ଏହା ମ୍ୟାଚ୍ ସୁରକ୍ଷା ପାଇଁ ସାହାଯ୍ୟ କରିପାରେ।
ଏହି ଡିଭାଇସ୍ ଗୁଡ଼ିକ ୱାଇ-ଫାଇ ଓ ମୋବାଇଲ୍ ଡାଟା ମାଧ୍ୟମରେ ସହଜରେ ସଂଯୁକ୍ତ ହେଉଥିବାରୁ BCCI ଏହାକୁ ‘ଅଡିଓ-ଭିଡିଓ ରେକର୍ଡିଂ ଓ କମ୍ୟୁନିକେସନ୍ ଡିଭାଇସ୍’ ଭାବେ ଗଣନା କରିଛି । ଫଳରେ ମ୍ୟାଚ୍ ଦିନରେ PMOA (Players and Match Officials Area) ଭିତରକୁ ପ୍ରବେଶ ପୂର୍ବରୁ ଖେଳାଳି ଓ ଅଫିସିଆଲ୍ସମାନେ ନିଜର ମୋବାଇଲ୍, ସ୍ମାର୍ଟୱାଚ୍ ସହିତ ସ୍ମାର୍ଟ ଚଷମା ମଧ୍ୟ ସିକ୍ୟୁରିଟି ଲାଇଜନ୍ ଅଫିସର (SLO)ଙ୍କ ନିକଟରେ ଜମା କରିବାକୁ ପଡ଼ିବ।
BCCI ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ନିୟମ ଉଲ୍ଲଂଘନ କରୁଥିବା କୌଣସି ଖେଳାଳି କିମ୍ବା ଅଫିସିଆଲ୍ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇପିଏଲ୍ର ପାରଦର୍ଶିତା ଓ ବିଶ୍ୱସନୀୟତା ରକ୍ଷା ପାଇଁ ଏହି ପଦକ୍ଷେପକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
