Explore

Search

May 7, 2026 9:03 pm

IPL ରେ ଗାର୍ଲଫ୍ରେଣ୍ଡ ମନା

IPL ରେ ଗାର୍ଲଫ୍ରେଣ୍ଡ ମନା। ଖେଳାଳିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା BCCI । ଏବେ ବିସିସିଆଇ ‘ଗାର୍ଲଫ୍ରେଣ୍ଡ କଲ୍ଚର ‘ ସମ୍ପର୍କରେ କଠୋର ନିୟମ ଲାଗୁ କରିବାକୁ ଯାଉଛି।

IPL ୨୦୨୬କୁ ନଜରରେ ରଖି BCCI କିଛି କଠୋର ନିୟମ ଆଣିବାକୁ ପ୍ରସ୍ତୁତ ହେଉଛି। ଟୁର୍ଣ୍ଣାମେଣ୍ଟ ସମୟରେ ଅନେକ ଖେଳାଳିଙ୍କୁ ସେମାନଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ଦେଖିବାକୁ ମିଳୁଥିବାବେଳେ, କେତେକ ଖେଳାଳି ସେମାନଙ୍କ ସହ ହୋଟେଲରେ ମଧ୍ୟ ରହୁଥିବା ଖବର ଆସିଛି। ଏହାକୁ ନେଇ ବୋର୍ଡ ଏବେ ସତର୍କ ହୋଇଛି।

ରିପୋର୍ଟ ଅନୁସାରେ, ବିସିସିଆଇ ବଡ଼ ମ୍ୟାଚ୍‌ ଓ ଟୁର୍ଣ୍ଣାମେଣ୍ଟ ସମୟରେ କୌଣସି ପ୍ରକାର ବିବାଦ ଚାହୁଁନାହିଁ। ଏଥିପାଇଁ ‘ଗାର୍ଲଫ୍ରେଣ୍ଡ କଲ୍ଚର’କୁ ନେଇ କଠୋର ନୀତି ଆଣିବାକୁ ଚିନ୍ତା କରାଯାଉଛି ।

IPL ସମୟରେ କିଛି ଖେଳାଳିଙ୍କ ଗାର୍ଲଫ୍ରେଣ୍ଡ ଷ୍ଟାଡିୟମକୁ ଆସି ମ୍ୟାଚ୍ ଦେଖୁଥିବା ସହ ମ୍ୟାଚ୍ ପରେ ମଧ୍ୟ ସେମାନଙ୍କ ସହ ସମୟ କାଟୁଥିବା ଦେଖାଯାଇଛି। ଏହାକୁ ନେଇ ବୋର୍ଡ ମଧ୍ୟରେ ଚର୍ଚ୍ଚା ବଢ଼ିଛି।

ତେବେ ଖେଳାଳିମାନେ ପତ୍ନୀ କିମ୍ବା ପରିବାର ସଦସ୍ୟଙ୍କ ସହ ରହିବା ଉପରେ BCCIର କୌଣସି ଆପତ୍ତି ନଥିବା କୁହାଯାଉଛି। କିନ୍ତୁ ଗାର୍ଲଫ୍ରେଣ୍ଡଙ୍କ ସହ ରହିବା ଓ ଟିମ୍ ପରିବେଶରେ ସେମାନଙ୍କ ଅଧିକ ଉପସ୍ଥିତିକୁ ନେଇ ବୋର୍ଡ କଠୋର ମନୋଭାବ ନେଇପାରେ।

କିଛି ଖେଳାଳି ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ ସହ ସମ୍ପର୍କରେ ଅଛନ୍ତି, ଯେଉଁମାନେ ପୂର୍ବରୁ ବେଟିଂ ୱେବସାଇଟ୍‌କୁ ପ୍ରମୋଟ କରିଥିଲେ। ଏହା ସହ କିଛି ଖେଳାଳିଙ୍କ ବିରୋଧରେ ସେମାନଙ୍କ ପ୍ରେମିକାଙ୍କ ଦ୍ୱାରା ଆଇନଗତ ଅଭିଯୋଗ ମଧ୍ୟ ହୋଇଥିବା ଖବର ରହିଛି।

ସୂଚନା ଅନୁଯାୟୀ, ଏହି ନୂଆ ନିୟମ କେବଳ IPLରେ ନୁହେଁ, ଭବିଷ୍ୟତରେ ଟିମ୍ ଇଣ୍ଡିଆର ଅନ୍ତର୍ଜାତୀୟ ଗସ୍ତରେ ମଧ୍ୟ ଲାଗୁ ହୋଇପାରେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score