Explore

Search

August 1, 2026 12:11 am

୧୨ଟି ଖେଳ ପଡ଼ିଆରେ ହେବ ବିଶ୍ୱକପ୍ ମ୍ୟାଚ

ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବ୍ୟାର ୧୨ଟି ଖେଳ ପଡ଼ିଆରେ ୨୦୨୭ ମସିହାର ଦିନିକିଆ ବିଶ୍ୱକପ ଆୟୋଜିତ ହେବ । ୫୦ ଓଭରର ଏହି ବିଶ୍ୱ କ୍ରିକେଟ ପ୍ରତିଯୋଗିତା ୨୪ ବର୍ଷ ପରେ ପୁଣିଥରେ ଦକ୍ଷିଣ ଆଫ୍ରିକାକୁ ଫେରୁଛି । ଜୋହାନେସବର୍ଗରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ଆଗାମୀ ସଂସ୍କରଣର ଖେଳ ପଡ଼ିଆ ଗୁଡ଼ିକ ଘୋଷଣା କରିଛି।

ଏହି ଅବସରରେ ପ୍ରତିଯୋଗିତାର ଆନୁଷ୍ଠାନିକ ପରିଚୟ ବାକ୍ୟ ‘ତିନି ରାଷ୍ଟ୍ର ଘୋଷଣା କରାଯାଇଛି । ଯାହା ୩ଶହ ଆୟୋଜକ ଦେଶ ମଧ୍ୟରେ ଥିବା ଏକତାକୁ ପ୍ରତିଫଳିତ କରେ । ଏହାପୂର୍ବରୁ ୨୦୦୩ ମସିହାରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ କେନିଆ ମିଳିତ ଭାବେ ବିଶ୍ୱକପ ଆୟୋଜନ କରିଥିଲେ।

୨୦୨୭ ସଂସ୍କରଣରେ ୧୪ଟି ଦଳ ମୋଟ ୫୭ଟି ମ୍ୟାଚ୍ ଖେଳିବେ। ଏଥିମଧ୍ୟରୁ ଦକ୍ଷିଣ ଆଫ୍ରିକାର ୮ଟି, ଜିମ୍ବାୱେର ୩ଟି ଏବଂ ନାମିବ୍ୟାର ୧ଟି ଖେଳ ପଡ଼ିଆରେ ମ୍ୟାଚ୍ ଅନୁଷ୍ଠିତ ହେବ। ଖେଳ ପଡ଼ିଆଗୁଡ଼ିକ ହେଲା ଜୋହାନେସବର୍ଗ, ସେଞ୍ଚୁରିଅନ, କେପଟାଉନ, ଡର୍ବାନ, ଗ୍ୱେବେରା, ବ୍ଲୁମଫୋଣ୍ଟେନ, ପର୍ଲ, ବୁଫାଲୋ ପାର୍କ, ହରାରେ, ବୁଲୱାୟୋ, ଭିକ୍ଟୋରିଆ ଫଲ୍ସ ଏବଂ ନାମିବ୍ୟାର ରାଜଧାନୀ ୱିଣ୍ଡହୋଏକ।

ପ୍ରତିଯୋଗିତାର ପ୍ରତୀକ ଚିହ୍ନ ପାରମ୍ପରିକ ଆଫ୍ରିକୀୟ ତାରରେ ତିଆରି ପାତ୍ରରୁ ପ୍ରେରଣା ନେଇ ନିର୍ମାଣ କରାଯାଇଛି। ଏହାର ରଙ୍ଗ ସଜ୍ଜାରେ ଆଫ୍ରିକାର ବିଭିନ୍ନ ଅଞ୍ଚଳର ସଂସ୍କୃତି ଓ ପ୍ରକୃତିର ଛାପ ଦେଖିବାକୁ ମିଳେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score