ମୁମ୍ବାଇ : ୨୦୨୬ ଆଇପିଏଲ ଶେଷ ହେବା ପରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ଆନ୍ତର୍ଜାତୀୟ କ୍ରିକେଟରେ ବ୍ୟସ୍ତ ହେବାକୁ ଯାଉଛି । ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ଓ ଦିନିକିଆ ସିରିଜ୍ ପରେ, ବିସିସିଆଇ ଏବେ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍କୁ ନେଇ ବଡ଼ ପ୍ରସ୍ତୁତି ଆରମ୍ଭ କରିଛି। ଯାହା କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର ।
ରିପୋର୍ଟ ଅନୁଯାୟୀ, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବ। ଯଦିଓ ମ୍ୟାଚ୍ର ସଠିକ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ, ତଥାପି ଅଗଷ୍ଟ ୧୫ ରୁ ୨୭ ମଧ୍ୟରେ ଏହି ସିରିଜ୍ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅଂଶ ହୋଇଥିବାରୁ ଏହି ସିରିଜ୍ର ଗୁରୁତ୍ୱ ଆହୁରି ବଢ଼ିଯାଇଛି।
କ୍ରିକବଜର ଏକ ରିପୋର୍ଟ ଅନୁସାରେ, ଲଙ୍କା ପ୍ରିମିୟର ଲିଗ୍ ଶେଷ ହେବା ପରେ ଏହି ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଲଙ୍କା ପ୍ରିମିୟର ଲିଗ୍ର ଫାଇନାଲ୍ ଅଗଷ୍ଟ ୯ ତାରିଖରେ ହେବାକୁ ଥିବାବେଳେ, ତା’ପରେ ଦୁଇ ଦଳ ଟେଷ୍ଟ ମୁକାବିଲାରେ ଆମନା-ସାମନା ହେବେ। ଏହା ସହ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି, ଯଦିଓ ଏହା ଉପରେ ଏପର୍ଯ୍ୟନ୍ତ ସରକାରୀ ମୋହର ପଡ଼ିନାହିଁ।
ବର୍ତ୍ତମାନ ବିସିସିଆଇ ସଚିବ ଦେବଜିତ ସାଇକିଆ ଶ୍ରୀଲଙ୍କାରେ ଥିବାରୁ, ଏହି ଗସ୍ତ ସମୟରେ ଉଭୟ ବୋର୍ଡ ମଧ୍ୟରେ ସିରିଜ୍ର ସୂଚୀ ଓ ଆୟୋଜନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସମ୍ଭାବନା ରହିଛି। ଖବର ଅନୁଯାୟୀ, ଘୂର୍ଣ୍ଣିଝଡ଼ ପୀଡିତଙ୍କ ସହାୟତା ପାଇଁ ଏକ ଟି-୨୦ ସିରିଜ୍ ଆୟୋଜନ କରିବାକୁ ମଧ୍ୟ ଯୋଜନା ହୋଇପାରେ।
ଅନ୍ୟପଟେ ସେପ୍ଟେମ୍ବର ମାସରେ ଟିମ୍ ଇଣ୍ଡିଆର ସିଡ୍ୟୁଲ୍ ବହୁତ ବ୍ୟସ୍ତ ରହିବ। ବାଂଲାଦେଶ ବିପକ୍ଷରେ ତିନିଟି ଦିନିକିଆ ଓ ତିନିଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବାକୁ ଭାରତୀୟ ଦଳ ପ୍ରସ୍ତୁତ ହେଉଛି। ଯଦିଓ ଏହି ସିରିଜକୁ ନେଇ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ ସରକାରୀ ଘୋଷଣା ହୋଇନାହିଁ।
ଏହା ପରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଘରୋଇ ସିରିଜ ଖେଳିବା ସହ, ୟୁଏଇରେ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ସେହିପରି ଏସୀୟ କ୍ରୀଡ଼ା ମଧ୍ୟ ସେପ୍ଟେମ୍ବରରୁ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ, ଭାରତୀୟ କ୍ରିକେଟ ଦଳ ପାଇଁ ଆସନ୍ତା କିଛି ମାସ ବହୁତ ଚ୍ୟାଲେଞ୍ଜିଂ ଓ ରୋମାଞ୍ଚକର ହେବ।ଆଇପିଏଲ ପରେ ପୁଣି ମାଠକୁ ଫେରିବ ଟିମ୍ ଇଣ୍ଡିଆ, ଶ୍ରୀଲଙ୍କା ବିପକ୍ଷରେ ହେବ ରୋମାଞ୍ଚକର ଟେଷ୍ଟ ସିରିଜ୍ ।
୨୦୨୬ ଆଇପିଏଲ ଶେଷ ହେବା ପରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ଆନ୍ତର୍ଜାତୀୟ କ୍ରିକେଟରେ ବ୍ୟସ୍ତ ହେବାକୁ ଯାଉଛି। ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ଓ ଦିନିକିଆ ସିରିଜ୍ ପରେ, ବିସିସିଆଇ ଏବେ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍କୁ ନେଇ ବଡ଼ ପ୍ରସ୍ତୁତି ଆରମ୍ଭ କରିଛି। କ୍ରିକେଟ ପ୍ରେମୀଙ୍କ ପାଇଁ ଏହା ଏକ ବଡ଼ ଖୁସିର ଖବର ହୋଇଛି।
ରିପୋର୍ଟ ଅନୁଯାୟୀ, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବ। ଯଦିଓ ମ୍ୟାଚ୍ର ସଠିକ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ, ତଥାପି ଅଗଷ୍ଟ ୧୫ ରୁ ୨୭ ମଧ୍ୟରେ ଏହି ସିରିଜ୍ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅଂଶ ହୋଇଥିବାରୁ ଏହି ସିରିଜ୍ର ଗୁରୁତ୍ୱ ଆହୁରି ବଢ଼ିଯାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
