Explore

Search

April 1, 2026 3:31 am

ଇରାନ ନୁହେଁ ଅଙ୍ଗୋଲାରୁ ଏଲପିଜି କିଣିବ ଭାରତ

ଏବେ ଇରାନ ନୁହେଁ ଅଙ୍ଗୋଲାରୁ ଏଲପିଜି କିଣିବ ଭାରତ । ପଶ୍ଚିମ ଏସିଆର ଉତ୍ତେଜନା ପରିସ୍ଥିତି ଭାରତର ଉର୍ଜା ସୁରକ୍ଷାକୁ ଆଘାତ କରିଛି । ହର୍ମୁଜ ଜଳପଥରେ ଚଳାଚଳ ବାଧାପ୍ରାପ୍ତ ହେବାରୁ ଏଲପିଜିରେ ବଡ଼ ପ୍ରଭାବ ପଡ଼ିଛି । ଏହି ସଙ୍କଟକୁ ଦୂର କରିବା ପାଇଁ ଭାରତ ବିକଳ୍ପ ଉତ୍ସ ଖୋଜିବାରେ ଲାଗିପଡ଼ିଛି ।

ଏହାରି ଭିତରେ ଭାରତର ପ୍ରମୁଖ ସରକାରୀ ତୈଳ ଓ ଗ୍ୟାସ କମ୍ପାନୀମାନେ ଇଣ୍ଡିୟାନ ଅଏଲ, ବିପିସିଏଲ, ଏଚପିସିଏଲ ଓ ଗେଲ ଆଫ୍ରିକାର ଅଙ୍ଗୋଲା ସହ ଏଲପିଜି ଓ ଏଲଏନଜି ଆମଦାନି ନେଇ ଆଲୋଚନା ଆରମ୍ଭ କରିଛନ୍ତି ।
ଏହି ଯୋଜନା ଅନୁସାରେ, ଯଦି ଚୁକ୍ତି ସଫଳ ହୁଏ, ତେବେ ଅଙ୍ଗୋଲାରୁ ଆସୁଥିବା ଜାହାଜ ଗୁଡ଼ିକ ଆଟଲାଣ୍ଟିକ ଓ ଆରବୀୟ ସାଗର ମାର୍ଗରେ ସିଧାସଳଖ ଭାରତ ପହଞ୍ଚିବ । ଏହାର ଫଳରେ ହର୍ମୁଜ ଜଳପଥ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଯୋଗାଣ ଶୃଙ୍ଖଳାରେ ସ୍ଥିରତା ଆସିବ।

ବର୍ତ୍ତମାନ ଭାରତର ଏଲପିଜି ଆମଦାନିର ମୁଖ୍ୟ ଅଂଶ ପଶ୍ଚିମ ଏସିଆରୁ ଆସୁଥିବାବେଳେ, ଏହି ଅଞ୍ଚଳର ଅସ୍ଥିରତା ଦେଶର ରନ୍ଧନ ଗ୍ୟାସ ଯୋଗାଣକୁ ପ୍ରଭାବିତ କରୁଛି । ତେଣୁ ନୂତନ ଉତ୍ସ ଖୋଜିବା ଏବେ ଅତ୍ୟାବଶ୍ୟକ ହୋଇପଡ଼ିଛି । ବିଶେଷଜ୍ଞମାନଙ୍କ ମତାନୁସାରେ, ଅଙ୍ଗୋଲାରୁ ଆମଦାନି ଆରମ୍ଭ ହେଲେ ଏହା କେବଳ ଯୋଗାଣର ବିକଳ୍ପ ଉପାୟ ହେବ ତା ନୁହେଁ, ବରଂ ଭାରତର ଉର୍ଜା ସୁରକ୍ଷାକୁ ଆହୁରି ମଜବୁତ କରିବ । ଏହାସହିତ ମଧ୍ୟ ପ୍ରାଚ୍ୟ ଦେଶମାନଙ୍କ ଉପରେ ନିର୍ଭରତା ହ୍ରାସ ପାଇବ ।

ଯଦି ଏହି ଚୁକ୍ତି ସାକାର ହୁଏ, ତେବେ ଅଙ୍ଗୋଲା ଭାରତ ପାଇଁ ରନ୍ଧନ ଗ୍ୟାସ ଯୋଗାଣରେ ଏକ ନୂତନ ଓ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବେ ଉଭୟ ଦେଶର ସମ୍ପର୍କକୁ ନୂଆ ଦିଗ ଦେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score