Explore

Search

March 13, 2026 8:54 pm

ଜିଲ୍ଲାପାଳ ହେବ ତ ଏମିତି : କଥା ଦେଇ କଥା ରଖିଲେ ମନୋଜ ସତ୍ୟବାନ

କୋରାପୁଟ : କଥା ମାସେ କି ବର୍ଷକର ନୁହେଁ । ଦିନ କେଇଟାରେ କରିଲେ ସମାଧାନ । କଥା ଦେଇ କଥା ରଖିଲେ ଲୋକଙ୍କ ସମସ୍ୟା ଦୂର କଲେ । ଆଉ ଏହାପରେ ପୁରା ଗ୍ରାମବାସୀ ତାଙ୍କୁ ଧନ୍ୟବାଦ ଦେବାସହ କହିଲେ ଜିଲ୍ଲାପାଳ ହେବ ତ ଏମିତି । ଯିଏ କଥା ଦେଇ କଥା ରଖିପାରିଲେ । କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନଙ୍କ ଏଭଳି କାମକୁ ଦେଖି ଏବେ ସମଗ୍ର ନନ୍ଦପୁର ବ୍ଲକ ବାସିନ୍ଦା ଖୁସିବ୍ୟକ୍ତ କରିବାସହ ଦେବଷଣ୍ଢଗୁଡ଼ା ଗ୍ରାମବାସୀ ଧନ୍ୟବାଦ ଜଣେଇ ଜିଲ୍ଲାପାଳ ହେବ ତ ଆମ ଜିଲ୍ଲାପାଳ ଭଳି ସବୁଠି କହି ବୁଲୁଛନ୍ତି ।

ସୂଚନା ଅନୁସାରେ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ଚଳିତବର୍ଷ ଫେବୃଆରୀ ୨୭ ତାରିଖରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରିଦର୍ଶନରେ ଆସି ବାସୁକୀ ନଦୀପାର ହୋଇ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡ଼ା ଗାଁକୁ ଯାଇଥିଲେ। ସେଠାରେ ଗ୍ରାମବାସୀଙ୍କ ଦୁଃଖ ଓ ସମସ୍ୟା ଶୁଣିବା ସହ ଗ୍ରାମ ସମ୍ମୁଖରେ ପ୍ରବାହିତ ବାସୁକୀ ନଦୀ ଉପରେ ଏକ ପୋଲ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଆଉ ସେହି ପ୍ରତିଶ୍ରୁତି ଏବେ ପୂରଣ ହେବାକୁ ଯାଉଛି । କୋରାପୁଟ ଜିଲ୍ଲାପାଳଙ୍କ ପ୍ରସ୍ତାବ ମୁତାବକ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ବର୍ଷ ୨୦୨୬-୨୭ ସେତୁ ବର୍ଦ୍ଧନ ଯୋଜନାରେ ସାମିଲ କରି ବାସୁକୀ ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ ପାଇଁ ମଞ୍ଜୁରୀ କରିଛନ୍ତି । ବିଭାଗୀୟ ସ୍ବତନ୍ତ୍ର ସଚିବଙ୍କ କାର୍ଯ୍ୟାଳୟ ପତ୍ରସଂଖ୍ୟା ୨୮୫୪୧୬୦୦୫୫୨୦୨୬/ଆରଡି ତା ୧୨.୩.୨୬ ପ୍ରକାରେ ରାଜ୍ୟର ୫୬ଟି ସେତୁ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ।

ଉକ୍ତ ଚିଠିର ୩୮ ନଂ କ୍ରମାଙ୍କରେ ଦେଷଣ୍ଢଗୁଡ଼ା ଗ୍ରାମବାସୀଙ୍କ ଦୁଃଖ ବାସୁକୀ ନଦୀ ଉପରେ ପୋଲ ନିର୍ମାଣ କରିବାକୁ ମଞ୍ଜୁରୀନାମା ମିଳିଥିବା ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରା ଓ ନିର୍ମାଣକାରୀ ସଂସ୍ଥା ସୁନାବେଡ଼ା ଆରଡି ଡିଭିଜନ ଯନ୍ତ୍ରୀ ଜୟନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଯାହାକୁ ଶୁଣି ଦେବଷଣ୍ଢଗୁଡ଼ା ବାସିନ୍ଦା ସଦା ଖରା, ପୂର୍ଣ୍ଣ ଖରା, ସୁରେନ୍ଦ୍ର ଖରା, ଧବୁଲୁ ପାଙ୍ଗି, ସାଧୁ ଖରା, ନରି ଖରା, ରାସୁ ଖରା, ନରି ଖରା ପ୍ରମୁଖଙ୍କ ସମେତ ପଞ୍ଚାୟତ ସରପଞ୍ଚ ଜଗବନ୍ଧୁ ଚେଟି, ସମିତିସଭ୍ୟ ବବି ଖିଲ ପ୍ରମୁଖ ଜିଲ୍ଲାପାଳଙ୍କ ଗସ୍ତ ବେଳେ ଖୁସିବ୍ୟକ୍ତ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score