Explore

Search

February 26, 2026 2:49 am

ଭାରତୀୟ ଦଳକୁ ପଣ୍ଟିଂ ଦେଲେ ପରାମର୍ଶ

ସୁପର-୮ ପର୍ଯ୍ୟାୟର ଆରମ୍ଭିକ ମୁକାବିଲାରେ ଦକ୍ଷିଣ ଆଫ୍ରିକେୟ ଦଳଙ୍କ ହାତରେ ପରାଜୟ ହେବା ପରେ ଭାରତ ଦଳ ପାଇଁ ସେମିଫାଇନାଲ ଯାତ୍ରା ଜଟିଳ ହୋଇପଡ଼ିଛି। ପଏଣ୍ଟ ତାଲିକାରେ ପଛକୁ ପଡ଼ିଥିବାରୁ ଆଗାମୀ ମ୍ୟାଚ ଗୁଡ଼ିକ ଭାରତ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।

ଏହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଭାରତୀୟ ଦଳକୁ କିଛି ରଣନୀତିମୂଳକ ପରାମର୍ଶ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ବିପକ୍ଷ ଦଳର ଶକ୍ତିକୁ ଧ୍ୟାନରେ ରଖି ଏକାଦଶ ବଦଳ କରିବା ବିପକ୍ଷ ଦଳର ଖେଳାଳିଙ୍କୁ ଦେଖି ନିଜର ଦଳର ଖେଳାଳିଙ୍କୁ ଚୟନ କରିବା ଅପେକ୍ଷା ସର୍ବଶ୍ରେଷ୍ଠ ଏକାଦଶ ଚୟନ କରିବା ଉଚିତ । ଦଳର ଆତ୍ମବିଶ୍ୱାସ ଓ ଦଳୀୟ ସମନ୍ୱୟ ଏପରି ସଙ୍କଟ ସମୟରେ ମୁଖ୍ୟ ଭୂମିକା ନିଭାଏ ।

ସୁପର-୮ ମ୍ୟାଚ ପରେ ଦଳ ଚୟନକୁ ନେଇ ଚର୍ଚ୍ଚା ତିବ୍ର ହୋଇଛି । କ୍ରିକେଟର ରିକି ମତ ଦେଇ କହିଛନ୍ତି ଯେ, ବିପକ୍ଷ ଦଳରେ ବାମହାତୀ ବ୍ୟାଟର ଥିବାକୁ ଦେଖି ଅକ୍ସର ପଟେଲଙ୍କୁ ଖେଳାଯାଇନଥିବା ଯୁକ୍ତି ସଠିକ୍‌ ନୁହେଁ। ତାଙ୍କ ଅନୁସାରେ, ସେହି ଦଳରେ ଡାହାଣହାତୀ ବ୍ୟାଟରମାନେ ମଧ୍ୟ ଥିଲେ ଏବଂ ଠିକ ସମୟରେ ବୋଲିଂ ପରିବର୍ତ୍ତନ କରାଗଲେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିଥାନ୍ତା।

ଚେନ୍ନାଇର ପିଚ ପରିସ୍ଥିତିକୁ ମଧ୍ୟ ମନେ ରଖି ଦଳର ସର୍ବୋତ୍ତମ ସଂଯୋଜନ ବାଛିବାକୁ ସେ ପରାମର୍ଶ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଯଦି ଅକ୍ଷରଙ୍କୁ ଦଳରେ ଅଣାଯାଏ, ତେବେ ସ୍ପିନ ବିଭାଗ ଶକ୍ତିଶାଳୀ ହେବ। ସେହିପରି କୁଲଦୀପ ଯାଦବଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଉଚିତ। କାରଣ ଉଭୟେ ବାମହାତୀ ଓ ଡାହାଣହାତୀ ବ୍ୟାଟରଙ୍କ ବିରୋଧରେ କାର୍ଯ୍ୟକାରୀ ବୋଲିଂ କରିପାରନ୍ତି।

ଅନ୍ୟପଟେ, ଭାରତୀୟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ମଧ୍ୟ ଅକ୍ଷରଙ୍କୁ ଏକାଦଶରେ ରଖିବା ପକ୍ଷରେ ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଯଦି ଅକ୍ଷର ସହ ଓ୍ବାସିଂଟନ ସୁନ୍ଦରଙ୍କୁ ମଧ୍ୟ ଖେଳାଯାଏ, ତେବେ ଦଳରେ ଅତିରିକ୍ତ ବୋଲିଂ ବିକଳ୍ପ ମିଳିବ। ସେଥିପାଇଁ ଅକ୍ଷର ବ୍ୟାଟିଂରେ ମଧ୍ୟ ଦଳକୁ ଦୃଢ଼ତା ଦେଇପାରିବେ ବୋଲି ସେ ମନେ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score