Explore

Search

February 25, 2026 10:51 pm

ଆଜିଠୁ ଇସ୍ରାଏଲ ଗସ୍ତ କରିବେ ମୋଦି : ସୁଦୃଢ ହେବ ସାମରିକ ସମ୍ପର୍କ

ନୂଆଦିଲ୍ଲୀ : ଆଜିଠାରୁ ଦୁଇ ଦିନିଆ ଇସ୍ରାଏଲ ଦୌରାରେ ଯାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ । ଦୁଇ ଦେଶ ମଧ୍ୟରେ ଚାଲୁଥିବା ମିତ୍ରତାପୂର୍ଣ୍ଣ ସମ୍ପର୍କକୁ ଆହୁରି ମଜବୁତ କରିବା ଏହି ଦୌରାର ମୁଖ୍ୟ ଲକ୍ଷ୍ୟ ବୋଲି ସୂଚନା ମିଳିଛି ।

ବୈଠକ ସମୟରେ କୃଷି ଉନ୍ନତି, ଦୁଇପକ୍ଷୀୟ ବାଣିଜ୍ୟ ବୃଦ୍ଧି, ପ୍ରତିରକ୍ଷା ସହଯୋଗ ଓ ଆଧୁନିକ ପ୍ରଯୁକ୍ତି ବିନିମୟ ଭଳି ମୁଖ୍ୟ ବିଷୟରେ ଆଲୋଚନା ହେବ । ବିଶେଷକରି ଜଳ ପରିଚାଳନା, କୃଷି ତନ୍ତ୍ରଜ୍ଞାନ ଏବଂ ସୁରକ୍ଷା ବ୍ୟବସ୍ଥାରେ ମିଶିତ ଉଦ୍ୟମକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ ।

ସୂଚନା ଅନୁସାରେ, ଏହି ଗସ୍ତ ଅବସରରେ କିଛି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ରହିଛି। ଏହା ମାଧ୍ୟମରେ ଭାରତ–ଇସ୍ରାଏଲ ସମ୍ପର୍କ ଆହୁରି ସଦୃଢ ହେବ । ଏହାସହିତ ନୂତନ ସହଯୋଗ କ୍ଷେତ୍ରର ଦ୍ୱାର ଖୋଲିବ ବୋଲି ଆଶା କରାଯାଉଛି ।

ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଜାରି କରିଥିବା ସୂଚନାନୁସାରେ, ଭାରତ ଓ ଇସ୍ରାଏଲ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, କୃଷି ଉନ୍ନତି, ଦୁଇପକ୍ଷୀୟ ବାଣିଜ୍ୟ, ପ୍ରତିରକ୍ଷା ସହଯୋଗ ଏବଂ କୌଶଳ ବିକାଶ ଭଳି ମୁଖ୍ୟ ବିଷୟ ଉପରେ ଆଲୋଚନା ହେବ। ଉଭୟ ଦେଶ ଆଧୁନିକ ତନ୍ତ୍ରଜ୍ଞାନ ଓ ନବୀନ ଆବିଷ୍କାର କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଗୁରୁତ୍ୱ ଦେବେ।

ଏହାସହିତ, ଦୁଇ ଦେଶର ପ୍ରଧାନମନ୍ତ୍ରୀମାନେ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପରିସ୍ଥିତି, ସୁରକ୍ଷା ଓ ଆର୍ଥିକ ଚ୍ୟାଲେଞ୍ଜ ସମ୍ପର୍କରେ ମତବିନିମୟ କରିବେ। ପାରସ୍ପାରିକ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ଘଟଣାବଳୀ ଉପରେ ନିଜ ଦୃଷ୍ଟିକୋଣ ରଖିବେ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲର ରାଷ୍ଟ୍ରପତିଙ୍କ ସହ ମଧ୍ୟ ସାକ୍ଷାତ କରିବେ । ଏହି ସଭା ମାଧ୍ୟମରେ ଭାରତ–ଇସ୍ରାଏଲ ସମ୍ପର୍କ ଆହୁରି ଦୃଢ ହେବାର ଆଶା ବ୍ୟକ୍ତ କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score