Explore

Search

February 24, 2026 11:29 pm

ରାଜ୍ୟରେ ବୃଦ୍ଧି ପାଇବ ଇ-ବସ ସେବା : ଗଡିବ ୬୦୦ ନୂଆ ବସ

ଭୁବନେଶ୍ୱର : ରାଜ୍ୟରେ ବଢିବ ଆମ ବସ ସେବା । ଗଡିବ ଆଉ ୬୦୦ ନୂଆ ବସ । ଓଡ଼ିଶାର ସହରାଞ୍ଚଳରେ ସାର୍ବଜନୀନ ପରିବହନକୁ ସୁବିଧାଜନକ କରିବା ପାଇଁ ରାଜ୍ୟସରକାର ନେଇଛନ୍ତି ଏହି ପଦକ୍ଷେପ । ଚାଲୁଥିବା ଇ-ବସ ସେବାରେ ଆଉ ୬୦୦ଟି ନୂଆ ଇ-ବସ ଯୋଡ଼ା ଯିବ। ଏହି ଉଦ୍ଦେଶ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ୪୨୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ବିଧାନସଭାରେ ଏନେଇ ସୂଚନା ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ରାଜ୍ୟରେ ପ୍ରଯୁକ୍ତି ନିର୍ଭର ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ଆହୁରି ବିସ୍ତାର କରାଯିବ। ସରକାରଙ୍କ ଯୋଜନା ଅନୁଯାୟୀ ୬୦୦ ଇ-ବସ ରାଜ୍ୟ ପକ୍ଷରୁ କ୍ରୟ କରାଯିବା ସହିତ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଇ-ବସ ସେବା ଯୋଜନା ମାଧ୍ୟମରେ ଆଉ ୪୦୦ଟି ଇ-ବସ ସେବା ଉପଲବ୍ଧ ହେବ ବୋଲି ସୂଚନାରୁ ପ୍ରକଶ।

ଏହା ଫଳରେ ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ଚାଲୁଥିବା ଆମ ବସ ସେବାର କ୍ଷେତ୍ରଫଳ ବୃଦ୍ଧି ପାଇବ। ଅଧିକ ରୁଟରେ ବସ ଚାଲିବାସହ ଯାତ୍ରୀମାନେ ସହଜ ଓ ଶସ୍ତା ଯାତାୟାତ ସୁବିଧା ପାଇପାରିବେ।

ମନ୍ତ୍ରୀ ଆହୁରି କହିଛନ୍ତି, ଏହି ବଜେଟ ଲୋକମୁଖୀ ଉନ୍ନୟନର ପ୍ରତିବିମ୍ବ। ଇ-ବସ ବ୍ୟବସ୍ଥା କେବଳ ସହରରେ ଯାତାୟାତ ସୁବିଧା ବଢ଼ାଉନି, ବରଂ ପରିବେଶ ଦୂଷଣ କମାଇ ସ୍ୱଚ୍ଛ ଓ ସବୁଜ ସହର ଗଢ଼ିବାରେ ମଧ୍ୟ ସହଯୋଗ କରୁଛି। ନୂତନ ଇ-ବସ ଆସିବା ସହିତ ଆଗାମୀ ଦିନରେ ଓଡ଼ିଶାର ସାର୍ବଜନୀନ ପରିବହନ ବ୍ୟବସ୍ଥା ଆହୁରି ଆଧୁନିକ ଓ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score