Explore

Search

January 14, 2026 3:53 am

ନୂଆବର୍ଷରେ ଥରିବ ଓଡିଶା

ଭୁବନେଶ୍ୱର : ଜାଡ଼ରେ ଥରୁଛି ପୁରା ଓଡିଶା । ପ୍ରବଳ ଶୀତ ସାଙ୍ଗକୁ ରାଜ୍ୟରେ ଘୋଡ଼ି ହୋଇ ରହିଛି ଘନ କୁହୁଡି । ସମଗ୍ର ଓଡ଼ିଶାରେ ବହୁଛି ଅସମ୍ଭବ ଶୀତ ଲହରୀ । ଜାଡ଼ରୁ ମିଳୁନାହିଁ ରାଜ୍ୟବାସୀଙ୍କୁ ନିସ୍ତାର । ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତଲହରୀ ସହିତ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ । ତେବେ ରାତି ପାହିଲେ ନୂଆବର୍ଷ । ଏହି ନୂଆବର୍ଷରେ ଥରିବ ପୁରା ଓଡିଶା । ଆଉ ୨ ରୁ ୩ ଦିନ ପରେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ହେବାସହ ଶୀତ ସାମାନ୍ୟ କମ ଅନୁଭବ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେହିପରି ୪ ରୁ ୫ ଦିନ ଭିତରେ ୨ ରୁ ୩ ଡିଗ୍ରୀ ରାତ୍ରି ତାପମାତ୍ରା ମଧ୍ୟ ବୃଦ୍ଧି ହେବ ବୋଲି ପାଣିପାଗ ପକ୍ଷରୁ ପ୍ରକାଶ ।

ଅନ୍ୟପକ୍ଷରେ ସାରା ରାଜ୍ୟରେ କୁହୁଡିର ସମ୍ଭାବନାକୁ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆସନ୍ତାକାଲି ଅର୍ଥାତ ନୂଆବର୍ଷ ପାଇଁ କନ୍ଧମାଳ, ଖୋର୍ଦ୍ଧା, କଟକ, ପୁରୀ,ନୟାଗଡ଼ ଜଗତସିଂହପୁର, କେନ୍ଦ୍ରାପଡା ଭଦ୍ରକ ବାଲେଶ୍ୱର ଓ ସୁନ୍ଦରଗଡ ଏହି ୧୦ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପ୍ରବଳ କୁହୁଡି ଦୃଶ୍ୟମାନ ହେବ ବୋଲି ବିଭାଗ ଆକଳନ କରିଛି । ଅନ୍ୟପଟେ ଏବେ ବି ରାଜ୍ୟରେ ଶୀତ ପ୍ରବଳ ଅନୁଭବ ହେଉଥିବା ବେଳେ ୧୨ଟି ସହରରେ ୧୦ ଡ଼ିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score