Explore

Search

December 29, 2025 9:23 pm

ଇତିହାସ ରଚିଲା ଟିମ ଇଣ୍ଡିଆ, ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ

ଇତିହାସ ରଚିଲା ଟିମ ଇଣ୍ଡିଆ । ବାରବାଟୀରେ ଭାରତର ହେଲା ଦମଦାର ବିଜୟ । ଧୂଳି ଚାଟିଲା ଦକ୍ଷିଣ ଆଫ୍ରିକା ଦଳ । ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଟିମ ଇଣ୍ଡିଆ ୧୦୧ ରନ କରି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଆଉ ପୁଣିଥରେ କଟକ ବାରବାଟୀରେ ଇତିହାସ ରଚିଲା ଟିମ ଇଣ୍ଡିଆ । ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏକ ବଡ ଘୋଷଣା କରିଛନ୍ତି । ଟିମ ଇଣ୍ଡିଆର ଦମଦାର ବିଜୟ ପରେ ବାରବାଟୀରେ ସିଟ ବଢ଼ିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ବାରବାଟୀରେ ସିଟ ବଢାଇବା ସହ ଷ୍ଟାଡିୟମର ଉନ୍ନତି କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ଟିମ ଚମତ୍କାର ପ୍ରଦର୍ଶନ କରିଛି । ଏଥର ବାରବାଟୀରେ ମ୍ୟାଚ ପରିଚାଳନା ବହୁତ ଭଲ ଭାବରେ ହୋଇଥିଲା ।

ଏଥିପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା, ଓଡ଼ିଶା କ୍ରିକେଟ ଆସୋସିଏସନ, ସହଯୋଗ କରୁଥିବା ପ୍ରଶାସନିକ ଟିମ, ପୋଲିସ ପ୍ରଶାସନ ଓ ଏଥିରେ ସାମିଲ ଅନ୍ୟ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଆଗକୁ ଷ୍ଟାଡିୟମରେ ଆହୁରି ମ୍ୟାଚ ହେବ । ତେବେ ସେ ସବୁର ପରିଚାଳନା ଯେପରି ଉନ୍ନତମାନର ହେବ ସେଥିପାଇଁ ଆହୁରି ଅଧିକ ଉନ୍ନତ କରାଯିବ । ଏଥିପାଇଁ ସରକାର ପୁରା ତତ୍ପର ଅଛନ୍ତି । ଆଗକୁ ଷ୍ଟାଡିୟମରେ କିଭଳି ଅଧିକ ଦର୍ଶକ ବସି ମ୍ୟାଚ ଦେଖିପାରିବେ ସେନେଇ ଚେଷ୍ଟା ଜାରି ରହିଛି । ଏଥିପାଇଁ ଯାହା ଆବଶ୍ୟକ କାର୍ଯ୍ୟ କରିବାକୁ ପଡ଼ିବ ତାହା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଗତକାଲି ବାରବାଟୀରେ ଆୟୋଜିତ ହୋଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ପରାସ୍ତ କରି ଇତିହାସ ରଚିଛି ଟିମ ଇଣ୍ଡିଆ । ଆଉ ଯେଉଁଥିପାଇଁ ଭାରତୀୟ କ୍ରିକେଟରଙ୍କୁ ଶୁଭେଚ୍ଛା ଜଣେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଐତିହାସିକ ବାରବାଟୀରେ ଟିମ ଇଣ୍ଡିଆ ବିଜୟ ହାସଲ କରିଛି । ଟିମ ଇଣ୍ଡିଆ ପାଇଁ ଏହି ଷ୍ଟାଡିୟମ ଲକି ସାବ୍ୟସ୍ତ ହୋଇଛି । ମ୍ୟାଚ ପାଇଁ ଓସିଏ ଓ ସରକାର ସବୁ ପ୍ରକାର ପ୍ରସ୍ତୁତି କରିଥିଲେ । ତେବେ ଏହି ବାରବାଟୀର ଆହୁରି ଉନ୍ନତି ହେବ। ଏଠାରେ ଅଧିକ ଦର୍ଶକ ଯେମିତି ବସି ସୁବିଧାରେ ଖେଳ ଦେଖି ପାରିବେ ସେଥିପାଇଁ ସବୁ ସୁବିଧା କରାଯିବ । ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ କ୍ରିକେଟ ପ୍ରେମୀଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score