Explore

Search

December 1, 2025 9:40 am

୨୦୨୬ ଆଇପିଏଲ୍‌ ଖେଳିବେ ଧୋନି !

ଚେନ୍ନାଇ : ଧୋନିଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆଗାମୀ ସିଜିନ୍‌ ଖେଳିବେ ଥାଲା ! ଏନେଇ ବଡ଼ ଅପଡେଟ୍‌ ଦେଲେ CSK ସିଇଓ । ଆଇପିଏଲର ଆଗାମୀ ସିଜିନ୍‌ ପାଇ ଆରମ୍ଭ ହୋଇସାରିଲାଣି ପ୍ରସ୍ତୁତି । ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବ ଆଇପିଏଲ ମିନି ଅକ୍ସନ । ଏଥିପାଇଁ ନଭେମ୍ବର ମାସରେ ସମସ୍ତ ଫ୍ରାଞ୍ଚାଇଜ୍‌ ସେମାନଙ୍କ ରେଟନ୍‌ ଖେଳାଳିଙ୍କ ତାଲିକା ଦାଖଲ କରିବେ । ତେବେ ଏସବୁ ମଧ୍ୟରେ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

୨୦୨୬ ଆଇପିଏଲ୍‌ରେ ଖେଳିବେ ଧୋନି । ଆସନ୍ତା ବର୍ଷ ଆଇପିଏଲ୍‌ରେ ମହେନ୍ଦ୍ର ‌ସିଂହ ଧୋନି ଖେଳିବାର ସମ୍ଭାବନା ଦେଖାଦେଇଛି। ସେ ୨୦୨୬ ଆଇପିଏଲ୍‌ରେ ଉପଲବ୍ଧ ହେବେ ବୋଲି ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ)କୁ ଜଣାଇଛନ୍ତି।

CSK ସିଇଓ କହିଛନ୍ତି ଯେ ସେ ନିଶ୍ଚିତ ଯେ ଧୋନି ଆଗାମୀ IPL ସିଜିନରେ ଖେଳିବେ । ଜାତୀୟ ଗଣମାଧ୍ୟମରେ ଏକ ସାକ୍ଷାତକାରରେ ଏ ସମ୍ପର୍କରେ ଏକ ବଡ଼ ବୟାନ ଧୋନି ଦେଇଛନ୍ତି । ଗତ ଆଇପିଏଲ୍‌ରେ ଧୋନି ନିମ୍ନ କ୍ରମରେ ବ୍ୟାଟିଂକୁ ଆସୁଥିଲେ। ଆଣ୍ଠୁ ଅସ୍ତ୍ରୋପଚାର ହୋଇଥିବାରୁ ସେ ଭଲ ଖେଳି ପାରୁନଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score