ବିଭିନ୍ନ ମୁଖ୍ୟ ବିଷୟ ଉପରେ ବାଜିଛି ମୋହର l ଏଣିକି କାରଖାନା ଶ୍ରମିକଙ୍କ ଦୈନିକ କାମ ୧୨ ଘଣ୍ଟା ହୋଇପାରିବ କିନ୍ତୁ ଓଭର ଟାଇମ୍ ବାବଦରେ ୨ ଗୁଣ ଦରରେ ପ୍ରାପ୍ୟ ମିଳିବ l ସେହିପରି ମହିଳାମାନେ ସର୍ତ୍ତାବଳୀ ମାନି ରାତିରେ ଡ୍ୟୁଟି କରିପାରିବେ l ଅନ୍ୟପକ୍ଷରେ ୫ ବର୍ଷ ବଢ଼ିବ ସ୍ବଚ୍ଛ ଓଡ଼ିଶା ଯୋଜନାର ଅବଧି,ଏଥିପାଇଁ ୧୬୦୦ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବକୁ ମଞ୍ଜୁରୀ l ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ଯୋଜନା ଅବଧି ବଢ଼ିଲା l ୫ ବର୍ଷ ପାଇଁ ଯୋଜନାରେ ଖର୍ଚ୍ଚ ହେବ ୧୯,୯୪୧ ଟଙ୍କା l ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାକୁ ମଞ୍ଜୁରି ମିଳିଛି ଓ ୬ଟି ନଦୀ ପ୍ରକଳ୍ପ ସଂଯୋଗ କଲେ ଜଳ ବଣ୍ଟନ ସୁନିଶ୍ଚିତ ହେବ l ସଂପ୍ରସାରିତ ହେବ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ପ୍ରାୟ ୧୪୩୭ କୋଟି ଟଙ୍କା ବ୍ୟୟରେ ୫ ବର୍ଷ ପାଇଁ ସଂପ୍ରସାରିତ ହେବ l ଅତିରିକ୍ତ ୪୮୬୨ ହେକ୍ଟର ସେଚାଞ୍ଚଳ ସୃଷ୍ଟି ହେବ l ଖାଦ୍ୟ ଓ ଧାନ ସଂଗ୍ରହ ନୀତି-୨୦୨୫-୨୬କୁ ମଞ୍ଜୁରୀ l ଧାନ ବିକ୍ରି ପାଇଁ ଆଧାର ହେବ ଏକମାତ୍ର ପରିଚୟ ପତ୍ର l ୨୦୨୫-୨୬ରେ ନଭେମ୍ବରରୁ ମାର୍ଚ ଯାଏ ଖରିଫ ଧାନ କିଣା l ମେ ଓ ଜୁନ୍ ମାସରେ ସରକାର କିଣିବେ ରବି ଧାନ l କାର୍ଯ୍ୟରତ ଶ୍ରମିକଙ୍କ ଦୈନିକ କାର୍ଯ୍ୟ ୧୦ ଘଣ୍ଟା ହୋଇପାରିବ କିନ୍ତୁ ସପ୍ତାହକୁ ୪୮ ଘଣ୍ଟାରୁ ଅଧିକ ହୋଇପାରିବ ନାହିଁ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |