Explore

Search

March 1, 2026 3:32 am

ଆର୍ଥିକ ରୂପେ ବିଶ୍ୱରେ ଦ୍ରୁତ ଗତିରେ ଆଗଉଛି ଭାରତ : ଆଶାଠାରୁ ଅଭିବୃଦ୍ଧି ଅଧିକ

ବିଶ୍ଵର ଭାରତର ଜିଡିପିରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଭାରତର ମୋଟ ଘରୋଇ ଉତ୍ପାଦ ୭.୮ ପ୍ରତିଶତକୁ ଛୁଇଁବ ବୋଲି ଆକଳନ କରାଯାଉଛି। ଯଦିଓ ପୂର୍ବରୁ ୬.୫ ପ୍ରତିଶତ ବୋଲି ଆଶା କରାଯାଉଥିଲା କିନ୍ତୁ ଏପ୍ରିଲରୁ ଜୁନ୍ ମଧ୍ୟରେ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଅଭିବୃଦ୍ଧି ଗତବର୍ଷ ତୁଳନାରେ ମଧ୍ୟ ୧.୩ ପ୍ରତିଶତ ଅଧିକ ହୋଇଛି l ସେବା କ୍ଷେତ୍ରରେ ଅଦ୍ଭୁତପୂର୍ବ ଅବିବୃଦ୍ଧି ପାଇଁ ଭାରତୀୟ ଜିଡିପି ଏଭଳି ବୃଦ୍ଧି ଦେଖାଦେଇଛି। ସେହିଭଳି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ୩.୭ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡ଼ିଛି । ଯାହା ଗତବର୍ଷର ୧.୫ ପ୍ରତିଶତ ତୁଳନାରେ ଉନ୍ନତ। ସେହିଭଳି ଉତ୍ପାଦନ କ୍ଷେତ୍ରରେ ୭.୭ ପ୍ରତିଶତ ଏବଂ ନିର୍ମାଣ କ୍ଷେତ୍ରରେ ୭.୬ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଭାରତୀୟ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଏବଂ ପରିସଂଖ୍ୟାନ ଓ କାର୍ଯ୍ୟନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ସଂଜୟ ମଲହୋତ୍ରା କହିଛନ୍ତି ଯେ, ଦେଶରେ ସ୍ବାଭାବିକ ଦକ୍ଷିଣ ପଶ୍ଚିମ ମୌସୁମୀ, ତଳମୁହାଁ ମୁଦ୍ରାସ୍ଫୀତି ଏବଂ ଦୃଢ଼ ଆର୍ଥିକ ସ୍ଥିତ ହିଁ ଦେଶର ଅର୍ଥନୀତିକୁ ଏହି ବଳ ଯୋଗାଇଛି। ଏହି ଅଭବୃଦ୍ଧି ଭାରତକୁ ବିଶ୍ୱର ସବୁଠାରୁ ଦ୍ରୁତ ବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ସ୍ଥାନ ଦେଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score