Explore

Search

April 19, 2026 10:05 pm

ରାଜ୍ୟରେ ହେବ ପ୍ରଥମ : କ୍ୟାପିଟାଲ ରିଜିଓନାଲ ରିଙ୍ଗରୋଡକୁ ଅନୁମୋଦନ

ଓଡ଼ିଶାରେ ହେବାକୁ ଯାଉଛି ୧୧୦ କିମି ବିଶିଷ୍ଟ ରିଙ୍ଗରୋଡ l ଯାହା ଓଡ଼ିଶା ପାଇଁ ଏକ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଥିଲା ଯାହାକୁ ବର୍ତ୍ତମାନ ଅର୍ଥାତ କ୍ୟାପିଟାଲ ରିଜିଓନାଲ ରିଙ୍ଗରୋଡକୁ ମିଳିଲା କେନ୍ଦ୍ର କ୍ୟାବିନେଟର ଅନୁମୋଦନ।

ତଥ୍ଯ ଅନୁଯାୟୀ ଖୋର୍ଦ୍ଧା ରାମେଶ୍ବରରୁ କଟକ ଟାଙ୍ଗିକୁ ଏହା ସଂଯୋଗ କରିବ। ଏହି ଭୁବନେଶ୍ବର ବାଇପାସ ରୋଡ ୧୧୦ କିଲୋମିଟର ବିଶିଷ୍ଟ ହେବ। ଏଥିପାଇଁ ୮ହଜାର ୩୦୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ରିଙ୍ଗ ରୋଡ ବିଶେଷ ଭାବେ ଟ୍ବିନ ସିଟି କଟକ ଭୁବନେଶ୍ବରରୁ ଭିଡ କମାଇବା ସହ ନୂଆ ବାଣିଜ୍ୟକ ଅନୁଷ୍ଠାନ, ଶିଳ୍ପ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। କେନ୍ଦ୍ର ସରକାରଙ୍କ ଏହି ଅନୁମୋଦନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଓଡ଼ିଶାରୁ ଛୁଟୁଛି ଧନ୍ୟବାଦ ଏବଂ କୃତଜ୍ଞତା ଛୁଟିଛି l

ପ୍ରାୟ ୮,୩୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ମହତ୍ୱକାଂକ୍ଷୀ ପ୍ରକଳ୍ପ ଓଡ଼ିଶାର ସଡ଼କ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଗେମ୍ ଚେଞ୍ଜର ହେବ। ଦ୍ୱୈତ ସହରରେ ପ୍ରାୟ ୧୧୦ କିମିର ଏହି ଭୁବନେଶ୍ୱର ବାଇପାସ ପ୍ରକଳ୍ପ ଟ୍ରାଫିକ୍ ଭିଡକୁ ନିୟନ୍ତ୍ରଣ କରିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score