ଦେଶର ବିଭିନ୍ନ ରାଜ୍ୟରେ ପୁରୁଣା ପୋଲ ଭାଙ୍ଗି ବହୁ ଜୀବନ ଯାଉଥିବାରୁ ଓଡ଼ିଶାରେ ଏକ ବ୍ରିଜ ପଲିସି ଆଣିଛନ୍ତି ମୋହନ ସରକାର । ଏହି ନୀତି ଅନୁଯାୟୀ ରାଜ୍ୟର ସମସ୍ତ ପୋଲର ସ୍ଥିତି ତଦାରଖ କରିବା ସହ ସଠିକ ସମୟରେ ସେସବୁର ରକ୍ଷଣାବେକ୍ଷଣ କରାଯିବ ବୋଲି ପୂର୍ତ୍ତ ବିଭାଗର ସମୀକ୍ଷା ପରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ।
ଏହି ନୂତନ ନୀତି ଅନୁଯାୟୀ ରାଜ୍ୟର ପୁରୁଣା ଓ ନୂଆ ବ୍ରିଜର କିଭଳି ନିରନ୍ତର ପରିଚାଳନା ଠିକ ଭାବେ ହେବ ତା’ ଉପରେ ଫୋକସ କରାଯାଇଛି । ରୋଡ ମେଣ୍ଟେନାନ୍ସ ପଲିସି ମଧ୍ୟ କାର୍ଯ୍ୟକାରୀ ହେବ । ବ୍ରିଜ ଗୁଡିକର ପର୍ଯ୍ୟାୟ ଭିତ୍ତିକ ସୁପରଭିଜନ କରାଯିବ । ସମୟ ସୀମା ମଧ୍ୟରେ ତର୍ଜମା କରାଯିବ, ସମୀକ୍ଷା ହେବ । ଇଂଜିନିୟର ମାନେ ଯାଇ ସ୍ଥିତି ପରଖିବେ । ବ୍ରିଜର ସ୍ଥିତିକୁ ଦେଖି ମରାମତି କରିବେ କିମ୍ବା ଅନ୍ୟ ପଦକ୍ଷେପ ନେବେ । ଅନ୍ୟ ରାଜ୍ୟରେ ବ୍ରିଜ ଭୁଶୁଡିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |