ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ଵରେ ଲୋକସେବା ଭବନରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବରେ ବାଜିଲା ମୋହର l ଏଣିକି -ନିର୍ଦ୍ଧାରିତ ସମୟରେ ମିଳିବ ଜରୁରୀ ନାଗରିକ ସେବା l ୧୧୨ ନମ୍ବରକୁ ଫୋନ୍ କଲେ ୧୦ ମିନିଟ୍ରେ ମିଳିବ ସେବା l ଆଗକୁ ୪ ହଜାର ୧୯୫ ନୂଆ ପଦବୀ ସୃଷ୍ଟିକୁ କ୍ୟାବିନେଟ ମଞ୍ଜୁରି ମିଳିଛି l ସେହିପରି ମାଗଣା ହେଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲ ଚାର୍ଜ l ପ୍ରତି ବ୍ଲକରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପିଲା ମାନେ ଉପକୃତ ହେବେ l ପୂର୍ବରୁ ଅନ୍ତେବାସୀ ମାସକୁ ୨ ହଜାର ଟଙ୍କା ଭଡ଼ା ଦେଉଥିଲେ l ୫ ବର୍ଷରେ ସରକାର ଦେବେ ୩୫୦ କୋଟିର ହଷ୍ଟେଲ ଭଡ଼ା l ସ୍ବାସ୍ଥ୍ୟ ବିଭାଗରେ ୩୫୦ ନୂଆ ନିଯୁକ୍ତିକୁ ଅନୁମୋଦନ ମିଳିଥିବା ବେଳେ ସିନିଅର ଆୟୁଷ ଆସିଷ୍ଟାଣ୍ଟ ଭାବେ ମିଳିବ ନିଯୁକ୍ତି l ଅନ୍ୟପକ୍ଷେ ଗୃହ ଓ ନଗର ଉନ୍ନୟନ ବିଭାଗର ସମୃଦ୍ଧ ସହର ଯୋଜନାକୁ ମଞ୍ଜୁରୀ ମିଳିବା ସହ ସହର ସମୃଦ୍ଧି ପାଇଁ ୪ ହଜାର ୮୮୦ କୋଟି ବ୍ୟୟ ବରାଦ କରାଯାଇଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |