Explore

Search

July 1, 2025 9:46 am

Genres

କ୍ରିକେଟର ରିଙ୍କୁ ସିଂହଙ୍କୁ ମିଳିଲା ମୌଳିକ ଶିକ୍ଷା ଅଧିକାରୀ ପଦବୀ

ଟିମ ଇଣ୍ଡିଆର ଯୁବ ତାରକା ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ମିଳିଲା ସରକାରୀ ପଦ l ମାତ୍ର ଅଳ୍ପଦିନର କ୍ୟାରିୟରରେ ସେ ହାସଲ କରିଛନ୍ତି ଅନେକ ରେକର୍ଡ l ୧୯୯୭ ମସିହା ଆଲିଗଡ଼ରେ ଏକ ସାଧାରଣ ପରିବାରରେ ତାଙ୍କ ଜନ୍ମ । ବେଶ ସଂଘର୍ଷମୟ ଜୀବନ ଦେଇ ଗତି କରିଥିବା ରିଙ୍କୁଙ୍କୁ ଏବେ ସରକାରୀ ଚାକିରୀ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର ।

ରିଙ୍କୁ ସିଂହଙ୍କୁ ମୌଳିକ ଶିକ୍ଷା ଅଧିକାରୀ ପଦବୀରେ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ପ୍ରତ୍ୟକ୍ଷ ନିଯୁକ୍ତି ନିୟମ ଅନୁଯାୟୀ କରାଯାଇଛି, ଯାହା ତାଙ୍କ ପାଇଁ ଏକ ବଡ଼ ସଫଳତା। ଭାରତୀୟ କ୍ରିକେଟ୍ ଦଳ ପାଇଁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂହ ଏବେ ଶିକ୍ଷା କ୍ଷେତ୍ରରେ ସେବା କରିବେ। ଏ ସମ୍ପର୍କରେ ମୌଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଏକ ଚିଠି ଜାରି କରାଯାଇଛି l ଏହା ପୂର୍ବରୁ ମଧ୍ୟ ଅନେକ କ୍ରିକେଟର ସରକାରୀ ଚାକିରି ପାଇସାରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score