Explore

Search

June 14, 2026 10:02 pm

ପ୍ରୋଜେକ୍ଟ ମନିଟରିଂ ପାଇଁ ଉନ୍ନତ ଜିଆଇଏସ୍ ଡ୍ୟାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ପୂର୍ତ୍ତ ବିଭାଗର ‘ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ ଉନ୍ମୋଚନ କରିଛନ୍ତି। ଏହି ଡ୍ୟାସବୋର୍ଡ ମାଧ୍ୟମରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ବାସ୍ତବ ସମୟରେ ତଦାରଖ କରିପାରିବା ସହିତ ସଠିକ୍ ନିଷ୍ପତ୍ତି ଗ୍ରହଣ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ମନିଟରିଂ ବ୍ୟବସ୍ଥାରେ ତଥ୍ୟ ସଠିକ୍ ଭାବେ ମିଳୁନଥିଲା ଓ କାର୍ଯ୍ୟ ଧୀର ଥିଲା। ବର୍ତ୍ତମାନ ଉନ୍ନତ ଜିଆଇଏସ୍ ଡ୍ୟାସବୋର୍ଡ ମାଧ୍ୟମରେ ଜିଲ୍ଲା ଓ ବ୍ଲକ ସ୍ତରର ପ୍ରକଳ୍ପ, ରାସ୍ତା, ଭୂମି ସମସ୍ୟା, ଜଙ୍ଗଲ ଜମି ଓ ଜବରଦଖଲ ଭଳି ବିଷୟ ଉପରେ ନଜର ରହିପାରିବ। ଇସୁ ଟ୍ରାକର୍ ମାଧ୍ୟମରେ ସମସ୍ୟା ଚିହ୍ନଟ ଓ ସମାଧାନ ଦ୍ରୁତ ହେବ। ଏହି ଉଦ୍ୟମ ଦ୍ୱାରା ଆର୍ଥିକ ସ୍ବଚ୍ଛତା ବଢ଼ିବ ଓ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ତ୍ୱରାନ୍ବିତ ହେବ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀମଣ୍ଡଳ ଓ ବିଭିନ୍ନ ବିଭାଗର ଶ୍ରେଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score