Explore

Search

July 16, 2026 10:26 am

ଓଡ଼ିଶାର ନୂତନ ପ୍ରଧାନ ମୁଖ୍ୟ ଆୟକର କମିସନର ହେଲେ ପାରମିତା ଶତପଥୀ

ବିଶିଷ୍ଟ ସାହିତ୍ୟିକ ତଥା ଭାରତୀୟ ରାଜସ୍ଵ ଅଧିକାରୀ ଶ୍ରୀମତୀ ପାରମିତା ଶତପଥୀ ଓଡ଼ିଶା ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ହେଉଛନ୍ତି ପାରମିତା । ସେ ମନୋରଞ୍ଜନ ପାଣିଗ୍ରାହୀଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ସେ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ ଲିମିଡେଟ୍ (ଓପିଜିସି)ରେ ଅର୍ଥ ବିଭାଗରେ ନିର୍ଦ୍ଦେଶକ ଭାବେ ୬ ବର୍ଷ କାର୍ଯ୍ୟ କରିଥିବାର ଅଭିଜ୍ଞତା ରହିଛି। ମାର୍ଚ୍ଚ ମାସରେ ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିସନର ପଦବୀରେ ତାଲିକାଭୁକ୍ତ ୩୪ ଜଣ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀଙ୍କ ମଧ୍ୟରେ ପାରମିତା ଥିଲେ।ପାରମିତା ଶତପଥୀ ହେଉଛନ୍ତି ଜଣେ ଲେଖିକା ଏବଂ ଉପନ୍ୟାସିକା। ସେ ୨୦୦୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬ରେ ସାହିତ୍ୟ ଏକାଡେମୀ ପୁରସକାର ଏବଂ ୨୦୨୧ରେ ସାରଳା ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେ ୭ଟି କ୍ଷୁଦ୍ରଗଳ୍ପ ସଂଗ୍ରହ ଲେଖିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score