Explore

Search

January 15, 2026 12:57 am

ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା ଏବଂ ବାଲିଯାତ୍ରା

ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା ଏବଂ ବାଲିଯାତ୍ରା

କେନ୍ଦ୍ର ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀର ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଓ କଟକ ବାଲିଯାତ୍ରା ସ୍ଥାନ ପାଇଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ରଥଯାତ୍ରାକୁ ଏହି ତାଲିକାରେ ସାମିଲ୍ କରାଯିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଏହି ଯାତ୍ରାକୁ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନିତ କରିଛନ୍ତି । ସେହିପରି କଟକର ଐତିହାସିକ ବାଲିଯାତ୍ରା ମଧ୍ୟ ଏହି ତାଲିକାରେ ମଧ୍ୟ ସ୍ଥାନ ପାଇଛି । ବାଲିଯାତ୍ରା ହେଉଛି ଏକ ସାଂସ୍କୃତିକ ଓ ବାଣିଜ୍ୟିକ ମେଳା । ଏହା ସହ ଜଡିତ ହୋଇରହିଛି ଓଡିଶାର ନୌବାଣିଜ୍ୟ ପରମ୍ପରା । ଗତ ବାଲିଯାତ୍ରା ଉତ୍ସବରେ ବିଭିନ୍ନ ଦେଶର ହାଇକମିଶନର ଓ ପ୍ରତିନିଧି ମାନେ ଯୋଗଦେଇ ବାଲିଯାତ୍ରାର ପ୍ରଶଂସା କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମେଳାକୁ ଜାତୀୟ ତାଲିକାରେ ସାମିଲ କରାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score