Explore

Search

January 15, 2026 1:24 pm

ଖୁବଶୀଘ୍ର ରାଜ୍ଯରେ ପୂରଣ ହେବ ସରକାରୀ ପଦବୀ

ଖୁବଶୀଘ୍ର ରାଜ୍ଯରେ ପୂରଣ ହେବ ସରକାରୀ ପଦବୀ

ରାଜ୍ଯରେ ଚାଲିଛି ବିଧାନସଭା ଅଧିବେଶନ l ଏହି ଅବସରରେ ଓଡ଼ିଶା ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ବର୍ତ୍ତମାନ ୬୭ଟି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଏବଂ ୬୯ଟି ଭାରତୀୟ ପୁଲିସ ସେବା (ଆଇପିଏସ୍) ପଦବୀ ଖାଲି ଅଛି।

ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ୬୯ଟି ଭାରତୀୟ ବନ ସେବା (ଆଇଏଫଏସ) ପଦବୀ, ୨୫୩ଟି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଏବଂ ଓଡ଼ିଶା ପୁଲିସ ସେବା (ଓପିଏସ) ପଦବୀ, ୨୭୪ଟି ଓଡ଼ିଶା ଅର୍ଥ ସେବା (ଓଏଫଏସ) ପଦବୀ, ୬୧୧ଟି ଓଡ଼ିଶା ବନ ସେବା (ଓଏଫଏସ) ପବଦୀ ଖାଲିପଡ଼ିଛି। ସେହିପରି ୨୬୩ଟି ଓଡ଼ିଶା ରାଜସ୍ୱ ସେବା (ଓଆରଏସ) ପଦବୀ ଖାଲିପଡ଼ିଛି। ଯାହାର ପୂରଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଆରମ୍ଭ ହେବାକୁ ଯାଉଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score