Explore

Search

December 1, 2025 2:16 am

ନମୋ ଭାରତ କରିଡରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

namo bharat corridor

ନୂଆଦିଲ୍ଲୀ: କମିବ ଯାତ୍ରାରେ ଦୂରତା । ଏଣିକି ଦିଲ୍ଲୀରୁ ମେରଟ ଯିବା ହେବ ସହଜ । ମାତ୍ର ୪୦ ମିନିଟ୍‌ରେ ଦିଲ୍ଲୀରୁ ମେରଟ ପହଞ୍ଚି ହେବ । ନମୋ ଭାରତ କରିଡରର ଅତିରିକ୍ତ ୧୩ କିଲୋମିଟର ଫେଜ୍‌ର ମୋଦୀ ଶୁଭାରମ୍ଭ କରିଛନ୍ତି । ଏହା ସହ ନମୋ ଭାରତ ଟ୍ରେନ୍ ପ୍ରଥମ ଥର ଦିଲ୍ଲୀରେ ପ୍ରବେଶ କରିବ । ସାହିବାବାଦ ଓ ଦକ୍ଷିଣ ମେରଟ ମଧ୍ୟରେ ପୂର୍ବରୁ ୪୨ କିଲୋମିଟର ମାର୍ଗ ରହିଛି । ଏହା ମଧ୍ୟରେ ରହିଛି ୯ଟି ଷ୍ଟେସନ୍ l ଉଦ୍‌ଘାଟନ ପରେ ଏହି ରାସ୍ତା ୫୫ କିଲୋମିଟର ହେବ । ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ୧୨ହଜାର ୨୦୦ କୋଟି ଟଙ୍କା ଯୋଜନାର ଶୁଭାରମ୍ଭ କରିଛନ୍ତି । 

ଏଥିରୁ ନମୋ ଭାରତ କରିଡର ପାଇଁ ଖର୍ଚ୍ଚ ହୋଇଛି ୪ହଜାର ୬୦୦ ଟଙ୍କା। ଅପରାହ୍ନ  ୫ଟା ବେଳେ ଯାତ୍ରୀଙ୍କ ପାଇଁ ନମୋ ଭାରତ ଟ୍ରେନ୍ ପ୍ରତି ୧୫ ମିନିଟ ବ୍ୟବଧାନରେ ଯାତାୟତ କରିବ। ନ୍ୟୁ ଅଶୋକ ନଗରରୁ ଦକ୍ଷିଣ ମେରଟ ପର୍ୟ୍ୟନ୍ତ ଯିବା ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ୧୫୦ରୁ ୨୦୦ ଟଙ୍କା। ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ୨.୮ କିଲୋମିଟର ଲମ୍ବା ଜନକପୁରୀରୁ କ୍ରିଷ୍ଣା ପାର୍କ ଖଣ୍ଡର ମଧ୍ୟ ଉଦଘାଟନ କରିଛନ୍ତି। ଏଥିପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। 

‘ନମୋ ଭାରତ’ ରାପିଡ ଟ୍ରେନ୍

ନମୋ ଭାରତ ରାପିଡ୍ ରେଲ୍ ପ୍ରକଳ୍ପ ପିଏମଙ୍କ ଗତି ଶକ୍ତି ସେଣ୍ଟ୍ରାଲର ମାଷ୍ଟର ପ୍ଲାନ ଯାତ୍ରୀଙ୍କ ସୁରକ୍ଷାକୁ ସୁବିଧାଜନକ ପାଇଁ ଏହି ପ୍ରକଳ୍ପ ଅନ୍ୟ ଟ୍ରେନ୍ ତୁଳନାରେ ସାମାନ୍ୟ ଅଲଗା l  ନମୋ ଭାରତ ଟ୍ରେନରେ ହ୍ବିଲଚେୟାର- ଷ୍ଟ୍ରେଚର ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି l ଯାତ୍ରୀଙ୍କ ସହାୟତା ପାଇଁ ପ୍ରତି ଟ୍ରେନରେ ଆଟେଣ୍ଡାଣ୍ଟ ଉପଲବ୍ଧ ରହିଛନ୍ତି l

ଜରୁରୀକାଳୀନ ସ୍ଥିତିରେ ସହାୟତା ପାଇଁ କୋଚଙ୍କ କବାଟ ପାଖରେ ରହିଛି ପ୍ୟାନିକ ବଟନ ଷ୍ଟେସନରେ ମାଗଣା ପାନୀୟ ଜଳ, ଶୌଚାଳୟ, ଦୃଷ୍ଟିବାଧିତଙ୍କ ପାଇଁ ରାମ୍ପ ଓ ସିସିଟିଭି ରହିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score