Explore

Search

February 15, 2026 11:10 pm

ଅଲିମ୍ପିକ୍ସରେ ଅମନ ସେରାୱତଙ୍କୁ ବ୍ରୋଞ୍ଜ ପଦକ

Aman Sehrawat

ଫ୍ରିଷ୍ଟାଇଲ୍ ରେସଲିଂରେ ଅମନ ସେରାୱତଙ୍କୁ ମିଳିଛି ବିଶେଷ ସଫଳତା, ଏବଂ ଏଥିସହ ଭାରତକୁ ମିଳିଛି ଷଷ୍ଠ ପଦକ ,୫୭ କେଜି ଫ୍ରି ଷ୍ଟାଇଲ୍ ରେସଲିଂ ତଥା ପୁରୁଷ କୁସ୍ତିରେ ଅମନ ସେରାୱତଙ୍କୁ ମିଳିଛି ବ୍ରୋଞ୍ଜ ପଦକ । ଅଲିମ୍ପିକ୍ସରେ ମେଡାଲ୍ ଜିତିବାରେ ଅମନ୍ ହେଉଛନ୍ତି ସପ୍ତମ ଭାରତୀୟ ରେସଲର

ଚଳିତ ବର୍ଷ ଅଲିମ୍ପିକ୍ସରେ ରାଉଣ୍ଡ ଅଫ୍ ୧୬ରେ ନର୍ଥ ମେସେଡୋନିଆର ଭ୍ଲାଦିମିର ଇଗୋରୋଭଙ୍କୁ ୧୦-୦ ଗୋଲରେ ପରାସ୍ତ କରିବା ସହ କ୍ୱାର୍ଟର ଫାଇନାଲରେ ଆଲବେନିଆର ଜେଲିମଖାନ୍ ଅବାକାରୋଭଙ୍କୁ ୧୨-୦ ଗୋଲରେ ପରାସ୍ତ କରିଥିଲେ। ତେବେ ସେମିଫାଇନାଲରେ ଅମନ ଜାପାନର ରେ ହିଗୁଚିଙ୍କଠାରୁ ପରାସ୍ତ ହୋଇଥିଲେ। ଏହାପରେ ତାଙ୍କୁ ବ୍ରୋଞ୍ଜ ମେଡାଲ ପାଇଁ ରିପିଚେଜ ରାଉଣ୍ଡରେ ପ୍ରତିଦ୍ଵନ୍ଦ୍ଵିତା କରିବାକୁ ପଡ଼ିଥିଲା।

ତେବେ ସୂଚନା ଥାଉ କି ଏହି ପଦକସହ ଭାରତର ଏବେ ସୁଦ୍ଧା ପ୍ୟାରିସ୍ ଅଲିମ୍ପିକ୍ସରେ ୬ଟି ପଦକ ଜିତିସାରିଛି , ଯେଉଁଥିରେ ୫ଟି ବ୍ରୋଞ୍ଜ ଓ ଗୋଟିଏ ସିଲଭର ରହିଛି |ଅମନଙ୍କର ଏହି ସଫଳତାରେ ଦେଶର କୋଣ ଅନୁକୋଣରୁ ପ୍ରଶଂସାର ସୁଅ ଛୁଟି ଚାଲିଛି ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲମେଡିଆ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score