ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରର ୧୨ ବର୍ଷ ପୂର୍ତ୍ତି ଅବସରରେ ରାଜଧାନୀ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମହାମେଳ (NDA)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ NDA ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ନେତାମାନେ ଯୋଗଦେଇଥିଲେ।
ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନିଜର ଦୀର୍ଘ ରାଜନୈତିକ ଯାତ୍ରାକୁ ସ୍ମରଣ କରି କହିଥିଲେ ଯେ, ସେ କେବେ ଭାବିନଥିଲେ ଯେ ଦେଶସେବାର ଏହି ମାଇଲଖୁଣ୍ଟରେ ପହଞ୍ଚିବେ। ଜୀବନର ବିଭିନ୍ନ ଉତ୍ଥାନ-ପତନ ମଧ୍ୟରେ ଦେଶର ସେବା କରିବାର ସୁଯୋଗକୁ ସେ ଈଶ୍ୱରଙ୍କ ଆଶୀର୍ବାଦ ବୋଲି ବର୍ଣ୍ଣନା କରିଥିଲେ। ଲୋକମାନଙ୍କ ପ୍ରେମ ଓ ସମର୍ଥନ ପ୍ରତି ସେ କୃତଜ୍ଞତା ପ୍ରକାଶ କରି କହିଥିଲେ ଯେ, ତାଙ୍କ ପାଇଁ ଦେଶବାସୀ ହିଁ ସର୍ବୋଚ୍ଚ ଶକ୍ତି।
ମୋଦି କହିଥିଲେ ଯେ, ୨୦୧୪ ମସିହାରେ NDA ସରକାର ଗଠନ ସମୟରେ ଦେଶର ସାଧାରଣ ଲୋକଙ୍କ ମନରେ ଏକ ନୂତନ ଆଶା ଜନ୍ମ ନେଇଥିଲା। ସେହି ଆଶାକୁ ବଜାୟ ରଖିବା ଓ ଲୋକଙ୍କ ବିଶ୍ୱାସକୁ ସମ୍ମାନ ଦେବା NDA ପରିବାରର ସବୁଠାରୁ ବଡ଼ ଦାୟିତ୍ୱ ଥିଲା ବୋଲି ସେ କହିଥିଲେ। ଗତ ୧୨ ବର୍ଷ ଧରି NDA ସରକାର ଲୋକଙ୍କ ବିଶ୍ୱାସକୁ ଆହୁରି ମଜବୁତ କରିବାରେ ସଫଳ ହୋଇଥିବା ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ପୂର୍ବତନ କଂଗ୍ରେସ ସରକାରମାନଙ୍କୁ ସମାଲୋଚନା କରି କହିଥିଲେ ଯେ, NDAର ଏକ ବଡ଼ ସଫଳତା ହେଉଛି ଦେଶକୁ ଦୀର୍ଘ ଦିନର ରାଜନୈତିକ ଅସ୍ଥିରତା ଓ ନିରାଶାରୁ ବାହାର କରିବା। ତାଙ୍କ ମତରେ, ଏକ ସମୟରେ ଭାରତକୁ ବିଶ୍ୱାସ କରାଯାଇଥିଲା ଯେ ଦ୍ରୁତ ଅଭିବୃଦ୍ଧି ଓ ବ୍ୟାପକ ବିକାଶ ଦେଶ ପାଇଁ ସମ୍ଭବ ନୁହେଁ। କିନ୍ତୁ ଗତ ଦଶକରେ ଭାରତ ବିଶ୍ୱ ମଞ୍ଚରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ସହ ବିକାଶର ନୂଆ ଅଧ୍ୟାୟ ରଚନା କରିଛି।
ସେ ଆହୁରି କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ NDA ସରକାର ଦେଶକୁ ଦ୍ରୁତ ବିକାଶର ଦିଗ ଦେଖାଇଥିଲା। ପରେ ୨୦୧୪ରେ NDA ପୁନର୍ବାର କ୍ଷମତାକୁ ଆସିବା ପରେ ଦେଶର ଅର୍ଥନୀତି, ଭିତ୍ତିଭୂମି ବିକାଶ, ଡିଜିଟାଲ ପରିବର୍ତ୍ତନ ଓ ଜନକଲ୍ୟାଣ କ୍ଷେତ୍ରରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଥିବା ଦାବି କରିଥିଲେ।
NDA ସରକାରର ୧୨ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ବୈଠକରେ ଆଗାମୀ ଦିନରେ ବିକଶିତ ଭାରତ ଗଠନ, ସୁଶାସନ ଏବଂ ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଆହୁରି ଗତିଶୀଳ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
୧୨ ବର୍ଷର ମୋଦି ସରକାର : NDA ଆସିବା ପରେ ବଦଳିଛି ଦେଶର ଭାଗ୍ୟ

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |