Explore

Search

June 4, 2026 12:01 am

ମନ୍ଦିରରେ ପଶିଲା, ବାହାରି ପାରିଲାନି : କବାଟ ଫାଙ୍କରେ ଫସିଲା ଚୋର

କାମାକ୍ଷାନଗର : ମନ୍ଦିରରେ ଚୋରି ଉଦ୍ୟମ ବେଳେ ଅଜବ ପରିସ୍ଥିତିରେ ଫସିଗଲା ଜଣେ ଯୁବକ। ମନ୍ଦିର କବାଟର ଫାଙ୍କ ଦେଇ ଭିତରକୁ ପଶିଥିଲା । ହେଲେ ଆଉ ବାହାରକୁ ଆସିପାରିନଥିଲା। ଶେଷରେ ଗ୍ରାମବାସୀଙ୍କ ସୂଚନା ପାଇ ପୋଲିସ୍ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ କନ୍ତୋର ପଞ୍ଚାୟତର ଚାନ୍ଦପୁର ଗ୍ରାମସ୍ଥିତ ବାବା ସ୍ୱପ୍ନେଶ୍ୱର ଶିବ ମନ୍ଦିରରେ ଘଟିଛି।

ସୂଚନା ଅନୁସାରେ, ରାତିରେ ମନ୍ଦିରରେ ଚୋରି କରିବା ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତି କବାଟର ଫାଙ୍କ ଦେଇ ଭିତରକୁ ପ୍ରବେଶ କରିଥିଲା। କିନ୍ତୁ ପରେ ସେହି ରାସ୍ତାରେ ବାହାରକୁ ଆସିବାକୁ ଯାଇ କବାଟ ମଝିରେ ଫସିଯାଇଥିଲା। ସକାଳେ ମନ୍ଦିରର ପୂଜକ ଭଗବାନ ରଣା ପୂଜା କରିବାକୁ ଆସିବା ବେଳେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ।

ଖବର ପ୍ରଚାର ହେବା ପରେ ମନ୍ଦିର ପରିସରରେ ଲୋକଙ୍କ ଭିଡ଼ ଜମିଥିଲା। ପରେ ପରଜଙ୍ଗ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟରେ ଫସିଥିବା ଯୁବକକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଘଟଣାକୁ ନେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଚାଲିଛି।

ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ଦୁଇ ମାସ ପୂର୍ବରୁ ଏହି ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରି ହୋଇଥିଲା। ତେଣୁ ବର୍ତ୍ତମାନ ଧରାପଡ଼ିଥିବା ଯୁବକର ସେହି ଚୋରି ଘଟଣା ସହ କୌଣସି ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score