Explore

Search

October 17, 2026 10:27 am

ପିସିସିଏଫ୍‌ ପଦବୀରେ ସୁରେଶ ପନ୍ତଙ୍କୁ ନିଯୁକ୍ତ କଲେ ଓଡିଶା ସରକାର

ପିସିସିଏଫ୍‌ ପଦବୀରେ ସୁରେଶ ପନ୍ତଙ୍କୁ ନିଯୁକ୍ତ କଲେ ଓଡିଶା ସରକାର

ଓଡିଶା ସରକାର ଭାରତୀୟ ବନ ସେବା ଅଧିକାରୀ ସୁରେଶ ପନ୍ତଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଶ୍ରୀ ପନ୍ତଙ୍କୁ ସରକାର ପିସିସିଏଫ୍‌ ପଦବୀରେ ନିଯୁକ୍ତି ମିଳିଛି l ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୧୯୯୦ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଧିକାରୀ ସୁରେଶ ପନ୍ତ ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଭାବେ ନିଯୁକ୍ତ ହୋଇଛନ୍ତି। ସେ ୧୯୮୮ ବ୍ୟାଚର ଆଇଏଫଏସ ଅଧିକାରୀ ଦେବୀଦତ୍ତ ବିଶ୍ୱାଳଙ୍କ ସ୍ଥାନ ନେଇଛନ୍ତି। ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ବର୍ତ୍ତମାନ ସୁରେଶ ପନ୍ତ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବରେ କାର୍ଯ୍ୟରତ ଅଛନ୍ତି। ଏହି ପଦବିରେ ସେ ୨୦୨୧ ସେପ୍ଟେମ୍ବର ଠାରୁ ତୁଲାଇ ଆସୁଛନ୍ତି।

ସୂଚନାଯୋଗ୍ୟ, ସୁରେଶ ପନ୍ତ ଉତ୍ତରାଖଣ୍ଡର ବାସିନ୍ଦା। ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତରରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଏଫ୍‌ଡିସିରେ ଯୋଗଦେବା ପୂର୍ବରୁ, ସେ ୨୦୧୫ ନଭେମ୍ବର ୨୪ରୁ ୨୦୧୮ ଜୁଲାଇ ୨୨ ତାରିଖ ଯାଏଁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍‌) ଭାବରେ କାର୍ଯ୍ୟ କରିଥିଲେ। ପରେ ତାଙ୍କୁ ୨୦୧୮ ଜୁଲାଇ ୨୫ରେ ବ୍ରହ୍ମପୁର ସର୍କଲର ଆରସିସିଏଫ ଭାବରେ ବଦଳି ହୋଇଥିଲା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score