Explore

Search

July 11, 2026 10:51 pm

ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କଡ଼ା ପଦକ୍ଷେପ, ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଚିହ୍ନଟ ହେବା ପରେ ସରକାର ଏହାକୁ ଗୁରୁତର ଭାବେ ନେଇଛନ୍ତି । ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅପରାଧିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ SCERT ପକ୍ଷରୁ କ୍ରାଇମ ବ୍ରାଞ୍ଚ ନିକଟରେ ଏଫଆଇଆର ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏହା ପୂର୍ବରୁ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅବ୍ୟବସ୍ଥାର କାରଣ ଖୋଜିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଆଧାରରେ SCERTର ତତ୍କାଳୀନ ନିର୍ଦ୍ଦେଶକଙ୍କ ସମେତ ତିନିଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ଆଉ ୬ ଜଣ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଇଛି।

ନୂତନ ଶିକ୍ଷା ନୀତି (NEP) ଆଧାରରେ ପ୍ରଥମ ଥର ପାଠ୍ୟକ୍ରମରେ ପରିବର୍ତ୍ତନ ଆଣାଯାଇଥିବା ବେଳେ ପ୍ରକାଶିତ ପୁସ୍ତକ ଗୁଡ଼ିକରେ ୧୬୭୮ରୁ ଅଧିକ ତ୍ରୁଟି ଚିହ୍ନଟ ହୋଇଥିଲା । ବନାନ ଭୁଲ, ତଥ୍ୟଗତ ଅସଙ୍ଗତି, ମହାପୁରୁଷଙ୍କ ନାମରେ ତ୍ରୁଟି ଏବଂ ଭୁଲ ଚିତ୍ର ବ୍ୟବହାର ଭଳି ଅନେକ ଗୁରୁତର ଭୁଲ ନଜରକୁ ଆସିଥିଲା।

କେତେକ ପୁସ୍ତକରେ ଓଡ଼ିଶା ବିଧାନସଭା ପରିବର୍ତ୍ତେ କର୍ଣ୍ଣାଟକ ବିଧାନସଭାର ଚିତ୍ର ପ୍ରକାଶ ପାଇଥିଲା। ସେହିପରି ଡଙ୍ଗରିଆ କନ୍ଧ ଜନଜାତିଙ୍କ ନାମକୁ ଭୁଲ ଭାବେ ଲେଖାଯାଇଥିବା ବେଳେ ନିୟମଗିରିକୁ ଓଡ଼ିଶା ପରିବର୍ତ୍ତେ ଝାଡ଼ଖଣ୍ଡ ସହ ଯୋଡ଼ି ଉଲ୍ଲେଖ କରାଯାଇଥିଲା। ଏଭଳି ଅନେକ ଭୁଲକୁ ନେଇ ଶିକ୍ଷାବିତ୍‌, ଅଭିଭାବକ ଓ ବିରୋଧୀ ଦଳ ପକ୍ଷରୁ ପ୍ରଶ୍ନ ଉଠିଥିଲା।

ଗଣଶିକ୍ଷା ବିଭାଗ ମଧ୍ୟ ପୁସ୍ତକ ଗୁଡ଼ିକରେ ତ୍ରୁଟି ଥିବା କଥା ସ୍ୱୀକାର କରିଛି। ଭୁଲଗୁଡ଼ିକର ସଂଶୋଧନ ପାଇଁ ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score