ଭୁବନେଶ୍ୱର : ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନା ଚଳାଉଛନ୍ତି । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY) ଅନ୍ୟତମ । ଏହି ଯୋଜନା ମାଧ୍ୟମରେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ, ଯାହା ଗର୍ଭାବସ୍ଥା ଓ ପ୍ରସବ ପରବର୍ତ୍ତୀ ସମୟରେ ତାଙ୍କର ପୋଷଣ ଓ ସ୍ୱାସ୍ଥ୍ୟ ସେବାରେ ସହାୟକ ହୁଏ।
PMMVY ଯୋଜନା କ’ଣ ?
ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏହି ଯୋଜନାରେ ପ୍ରଥମ ସନ୍ତାନ ଜନ୍ମ ସମୟରେ ଯୋଗ୍ୟ ମହିଳାଙ୍କୁ ୫,୦୦୦ ଟଙ୍କା ଆର୍ଥିକ ସହାୟତା ଦୁଇଟି କିସ୍ତିରେ ପ୍ରଦାନ କରାଯାଏ।
ପ୍ରଥମ କିସ୍ତି ପାଇବା ପାଇଁ ଗର୍ଭଧାରଣ ପଞ୍ଜିକରଣ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରସବ ପୂର୍ବ ସ୍ୱାସ୍ଥ୍ୟ ଯାଞ୍ଚ (ANC) କରାଇବା ଆବଶ୍ୟକ। ଏହା ପରେ ୩,୦୦୦ ଟଙ୍କା ପ୍ରଦାନ କରାଯାଏ। ଶିଶୁ ଜନ୍ମ ପଞ୍ଜିକରଣ ଓ ଆବଶ୍ୟକ ଟୀକାକରଣ ସମ୍ପୂର୍ଣ୍ଣ ହେବା ପରେ ୨,୦୦୦ ଟଙ୍କାର ଦ୍ୱିତୀୟ କିସ୍ତି ମିଳିଥାଏ।
ଏହା ସହିତ ଯଦି ପ୍ରସବ ସରକାରୀ ହସ୍ପିଟାଲ କିମ୍ବା ପଞ୍ଜିକୃତ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୁଏ, ତେବେ ଜନନୀ ସୁରକ୍ଷା ଯୋଜନା (JSY) ଅଧୀନରେ ଅତିରିକ୍ତ ସହାୟତା ମଧ୍ୟ ମିଳିପାରେ। ଫଳରେ ମୋଟ ଲାଭ ପ୍ରାୟ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥାଏ।
ଦ୍ୱିତୀୟ ସନ୍ତାନ ପାଇଁ କ’ଣ ଲାଭ?
ଯଦି ଦ୍ୱିତୀୟ ସନ୍ତାନ ଝିଅ ହୁଏ, ତେବେ ଯୋଗ୍ୟ ମହିଳାଙ୍କୁ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯାଏ। ଏହାର ଉଦ୍ଦେଶ୍ୟ କନ୍ୟା ସନ୍ତାନଙ୍କ ସୁରକ୍ଷା ଓ ପୋଷଣକୁ ପ୍ରୋତ୍ସାହନ ଦେବା।
କିଏ ଏହି ଯୋଜନାର ଲାଭ ପାଇପାରିବେ?
ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ମହିଳା
୪୦% କିମ୍ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ମହିଳା
ବିପିଏଲ୍ ଓ NFSA ରାସନକାର୍ଡଧାରୀ
ଇ-ଶ୍ରମ କାର୍ଡଧାରୀ ମହିଳା
ମନରେଗା ଜବ୍ କାର୍ଡଧାରୀ
PM-KISAN ସହ ଜଡିତ ମହିଳା ଚାଷୀ
ଅଙ୍ଗନୱାଡି କର୍ମୀ ଓ ସହାୟିକା
ଆଶାକର୍ମୀ
ବାର୍ଷିକ ପରିବାରିକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ଥିବା ପରିବାରର ମହିଳା
ତେବେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏବଂ PSUରେ ନିୟମିତ ଚାକିରି କରୁଥିବା ଓ ପୂର୍ବରୁ ମାତୃତ୍ୱ ଲାଭ ପାଉଥିବା ମହିଳାମାନେ ଏହି ଯୋଜନା ପାଇଁ ଯୋଗ୍ୟ ନୁହଁନ୍ତି ।
ଅନଲାଇନରେ କିପରି ଆବେଦନ କରିବେ ?
PMMVYର ଅଧିକାରିକ ୱେବସାଇଟକୁ ଯାଆନ୍ତୁ।
“Citizen Login” ବିକଳ୍ପରେ କ୍ଲିକ୍ କରନ୍ତୁ।
ମୋବାଇଲ୍ ନମ୍ବର ଦେଇ OTP ମାଧ୍ୟମରେ ଭେରିଫିକେସନ୍ କରନ୍ତୁ।
ନାମ, ଠିକଣା, ରାଜ୍ୟ, ଜିଲ୍ଲା ଓ ଅନ୍ୟାନ୍ୟ ବିବରଣୀ ଭରି ଆକାଉଣ୍ଟ ସୃଷ୍ଟି କରନ୍ତୁ।
ଲଗଇନ୍ ପରେ “Beneficiary Registration” ଉପରେ କ୍ଲିକ୍ କରନ୍ତୁ।
ଆବଶ୍ୟକ ସମସ୍ତ ସୂଚନା ଭରି ପ୍ରଥମ କିମ୍ବା ଦ୍ୱିତୀୟ ସନ୍ତାନ ବିକଳ୍ପ ଚୟନ କରନ୍ତୁ।
ଫର୍ମ ଦାଖଲ କରି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।
ଆବେଦନ ପାଇଁ ଆବଶ୍ୟକ ଦସ୍ତାବେଜ
ଆଧାର କାର୍ଡ
ଆଧାର ସହ ସଂଯୁକ୍ତ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ଆକାଉଣ୍ଟ
ବ୍ୟାଙ୍କ ପାସବୁକ୍ ବିବରଣୀ
MCP/RCHI କାର୍ଡ
ଗର୍ଭାବସ୍ଥା ସମ୍ବନ୍ଧୀୟ ତଥ୍ୟ (LMP ଓ ANC)
ଶିଶୁର ଜନ୍ମ ପ୍ରମାଣପତ୍ର
ଟୀକାକରଣ ସୂଚନା
ରାସନ କାର୍ଡ, ଇ-ଶ୍ରମ କାର୍ଡ, ମନରେଗା ଜବ୍ କାର୍ଡ କିମ୍ବା ଅନ୍ୟାନ୍ୟ ଯୋଗ୍ୟତା ପ୍ରମାଣପତ୍ର
ଏହି ଯୋଜନା ଗର୍ଭବତୀ ମହିଳାଙ୍କ ଆର୍ଥିକ ଭାର କମାଇବା ସହିତ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ମଜବୁତ କରୁଛି। ଯୋଗ୍ୟ ମହିଳାମାନେ ସମୟମତେ ଆବେଦନ କରି ଏହି ସରକାରୀ ସହାୟତାର ଲାଭ ଉଠାଇପାରିବେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
