Explore

Search

June 25, 2026 8:35 pm

ଆଜିଠୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍ : ଜାତୀୟ ଦଳରେ ସ୍ଥାନ ପାଇବାକୁ କଡ଼ା ଲଢ଼େଇ

ଆଜିଠୁ ଆରମ୍ଭ ଭାରତ ଓ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍। ଏହି ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ପ୍ରଥମ ଥର ପାଇଁ ଦଳର ନେତୃତ୍ୱ ଭାର ସମ୍ଭାଳିବେ ଶ୍ରେୟସ ଆୟର। ଧ୍ରୁବ ଜୁରେଲଙ୍କ ଅଧିନାୟକତ୍ୱରେ ଭାରତ ‘ଏ’ ଦଳ ଶ୍ରୀଲଙ୍କା ମାଟିରେ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ମଇଦାନକୁ ଓହ୍ଲାଇଛି । ତେବେ ଉଭୟ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ମଲ୍ଟି – ଡେ (ଚାରି-ଦିନିଆ) ସିରିଜ ଆଜିଠାରୁ ଆରମ୍ଭ ହେଉଛି, ଯାହା ଗାଲେରେ ଅନୁଷ୍ଠିତ ହେବ । ଏଥିରେ ସ୍ପିନ୍ ବୋଲିଂ ପାଇଁ ପ୍ରସିଦ୍ଧ ଶ୍ରୀଲଙ୍କାର ପିଚ୍‌ରେ ଭାରତୀୟ ଯୁବ ବ୍ୟାଟରମାନଙ୍କ ଦକ୍ଷତା ଓ ଧୈର୍ଯ୍ୟର ପ୍ରକୃତ ପରୀକ୍ଷା ହେବ। ଏହି ଶୃଙ୍ଖଳାରେ ସମସ୍ତଙ୍କ ଦୃଷ୍ଟି ନାବିଙ୍କ ଉପରେ ରହିବ, ଯିଏ ନିଜର ଦ୍ରୁତ ବୋଲିଂ ମାଧ୍ୟମରେ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଜାତୀୟ ଦଳରେ ସ୍ଥାନ ପାଇବାକୁ କଡ଼ା ଲଢ଼େଇ

ଧ୍ରୁବ ଜୁରେଲଙ୍କ ନେତୃତ୍ୱରେ ଖେଳୁଥିବା ଭାରତ ‘ଏ’ ଦଳରେ ଅନେକ ପ୍ରତିଭାଶାଳୀ ଓ ଅଭିଜ୍ଞ ଖେଳାଳି ସାମିଲ ଅଛନ୍ତି । କେତେକ ଖେଳାଳି ପୂର୍ବରୁ ଜାତୀୟ ଦଳର ଅଂଶ ରହିଥିବା ବେଳେ, ଅନ୍ୟମାନେ ଏହି ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ନଜରକୁ ଆସିବାକୁ ଚାହୁଁଛନ୍ତି । ତେଣୁ ଏହି ଦୁଇଟି ମ୍ୟାଚ୍‌ ଅନେକ ଯୁବ ଖେଳାଳିଙ୍କ ପାଇଁ ନିଜ ଦକ୍ଷତା ପ୍ରମାଣ କରିବାର ଏକ ବଡ଼ ସୁଯୋଗ ହୋଇଛି ।

ସେହିପରି ଦ୍ୱିତୀୟ ମୁକାବିଲା ୨ ଜୁଲାଇରୁ ୫ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ମଧ୍ୟ ସମାନ ସ୍ଥାନରେ ଖେଳାଯିବ ଏବଂ ଖେଳ ସକାଳ ୧୦ଟାରୁ ଆରମ୍ଭ ହେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score