Explore

Search

April 20, 2026 11:06 pm

ଆଜିଠାରୁ ଖୋଲିବ ରାସନକାର୍ଡ ପୋର୍ଟାଲ ବାଦ ପଡ଼ିବେ ଅଯୋଗ୍ୟ ହିତାଧିକାରୀ: ମନ୍ତ୍ରୀ

ଆଜିଠାରୁ ଖୋଲିବ ରାସନକାର୍ଡ ପୋର୍ଟାଲ ବାଦ ପଡ଼ିବେ ଅଯୋଗ୍ୟ ହିତାଧିକାରୀ: ମନ୍ତ୍ରୀ

ନୂଆ ରାସନକାର୍ଡ ପାଇଁ ଆଜିଠୁ ଖୋଲିବ ଅନଲାଇନ ପୋର୍ଟାଲ, ବାଦ ପଡିଥିବା ହିତାଧିକାରୀ କରିପାରିବେ ପୁନଃ ଆବେଦନ। ଶୁକ୍ରବାର ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବଲପୁର ଗସ୍ତ ସମୟରେ ଆୟୋଜିତ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି l ୨୪ ବର୍ଷ କାଳ ସରକାର ଥିବା ସମୟରେ ହିଁ ଭୁତ ରାସନ କାର୍ଡ ଗୁଡିକ ହୋଇଛି ଏବଂ ବର୍ତ୍ତମାନ ସେଗୁଡିକୁ ଇ- କେୱାସି ଜରିଆରେ ପୁନଃ ସଂଶୋଧନ ଦ୍ଵାରା ଜଣାପଡ଼ିଛି । ପ୍ରାୟ ୪ ଲକ୍ଷ ମୃତ ବ୍ୟକ୍ତିଙ୍କ ରାସନ କାର୍ଡ କଟା ସରିଥିବା ମନ୍ତ୍ରୀ କହିଛନ୍ତି। ସେହିପରି କିଛି ଚାକିରିଆମାନେ ସେମାନଙ୍କ ରାସନ କାର୍ଡ ଫେରାଇଛନ୍ତି ।

ଆୟକର ଦେଉଥିବା ବ୍ୟକ୍ତିମାନଙ୍କର ତାଲିକା ଆସିଥିବା ବେଳେ ଏଗୁଡିକର ସର୍ଭେ କରାଯିବ। ଭଲ ଆୟ ଥିବା ଲୋକଙ୍କର ରାସନ କାର୍ଡ କଟାଯିବ, ଯେଉଁ ଗରିବ ବ୍ୟକ୍ତି ଋଣ କିମ୍ବା ଅନ୍ୟ କାରଣରୁ ଆୟକର ଦାଖଲ କରିଥିବେ, ସେମାନଙ୍କର ରାସନ କାର୍ଡ କଟିବ ନାହିଁ ।  ଏବେ ଯୋଗ୍ୟ ହିତାଧିକାରୀମାନେ ରାସନ କାର୍ଡ ପାଇବେ ଏବଂ ଅଯୋଗ୍ୟମାନଙ୍କର ରାସନ କାର୍ଡ କଟିବ ବୋଲି ସେ କହିଛନ୍ତି। ମାର୍ଚ୍ଚ ୩୧ ଇ-କେୱାଇସିର ଶେଷ ତାରିଖ ହୋଇଥିବା ବେଳେ ୪ ଲକ୍ଷ ମୃତ ବ୍ୟକ୍ତିଙ୍କ ରାସନ କାର୍ଡ କଟା ସରିଥିବା ମନ୍ତ୍ରୀଙ୍କ ସୂଚନା l ଅନେକ ସରକାରୀ ଅଧିକାରୀ ଫେରାଇଲେଣି ରାସନକାର୍ଡ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score