IPL ୨୦୨୬ ପୂର୍ବରୁ ପୂର୍ବତନ ଭାରତୀୟ ଅଲରାଉଣ୍ଡର ବିଜୟ ଶଙ୍କର ବୃତ୍ତିଗତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟିମ୍ ଇଣ୍ଡିଆ ପାଇଁ ବିଶ୍ୱକପ ଖେଳିଥିବା ବିଜୟ ଶଙ୍କର IPLର ବିଭିନ୍ନ ଦଳରେ ମଧ୍ୟ ଅନେକ ସ୍ମରଣୀୟ ମ୍ୟାଚ୍ ଖେଳିଛନ୍ତି । ଏବେ ସେ ସବୁ ପ୍ରକାରର ବୃତ୍ତିଗତ କ୍ରିକେଟକୁ ବିଦାୟ ଜଣାଇଛନ୍ତି ।
ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଜରିଆରେ ବିଜୟ ତାଙ୍କ ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି । ସେ BCCI ଓ IPLରେ ଖେଳିଥିବା ସମସ୍ତ ଫ୍ରାଞ୍ଚାଇଜକୁ ଧନ୍ୟବାଦ ଜଣାଇଛନ୍ତି ।
ଇନଷ୍ଟାଗ୍ରାମ ପୋଷ୍ଟରେ ବିଜୟ ଲେଖିଛନ୍ତି, “କ୍ରିକେଟ ମୋ ଜୀବନର ଅଂଶ । ୧୦ ବର୍ଷ ବୟସରୁ ଖେଳ ଆରମ୍ଭ କରିଥିଲି ଏବଂ ୨୫ ବର୍ଷ ଧରି ପ୍ରତ୍ୟେକ ସ୍ତରରେ ଖେଳିବାର ସୁଯୋଗ ପାଇଁ ମୁଁ କୃତଜ୍ଞ । ଦେଶ ପାଇଁ ଖେଳିବା ମୋ କ୍ୟାରିୟରର ସବୁଠାରୁ ବଡ଼ ଗୌରବ ।”
ସେ ଆହୁରି କହିଛନ୍ତି ଯେ, ନୂଆ ସୁଯୋଗ ଓ ଜୀବନର ନୂଆ ଅଧ୍ୟାୟକୁ ଧ୍ୟାନରେ ରଖି ସେ ଘରୋଇ କ୍ରିକେଟ ଓ IPLରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି ।
IPL ୨୦୨୫ ପରେ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ରିଲିଜ୍ କରିଥିଲା । ପରେ IPL ୨୦୨୬ ମିନି ନିଲାମରେ ସେ ତାଙ୍କ ନାଁ ଦେଇଥିଲେ ମଧ୍ୟ କୌଣସି ଫ୍ରାଞ୍ଚାଇଜ ତାଙ୍କୁ କିଣିନଥିଲା ।
୨୦୧୪ରେ IPL ଡେବ୍ୟୁ କରିଥିବା ବିଜୟ ଶଙ୍କର ଚେନ୍ନାଇ ସୁପର କିଙ୍ଗସ, ଦିଲ୍ଲୀ କେପିଟାଲସ, ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ପାଇଁ ଖେଳିଛନ୍ତି । IPLରେ ସେ ୭୮ଟି ମ୍ୟାଚ୍ ଖେଳି ୧୨୩୩ ରନ୍ ସଂଗ୍ରହ କରିଥିଲେ ।
୨୦୧୯ କ୍ରିକେଟ ବିଶ୍ୱ କପରେ ମଧ୍ୟ ସେ ଟିମ୍ ଇଣ୍ଡିଆର ଅଂଶ ଥିଲେ । ଭାରତ ପାଇଁ ସେ ମୋଟ ୨୧ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ୧୨ଟି ODIରେ ୨୨୩ ରନ୍ ସହ ୪ଟି ଓ୍ବିକେଟ୍ ନେଇଥିବାବେଳେ, ୯ଟି T20 ମ୍ୟାଚରେ ୧୦୧ ରନ୍ ସହ ୫ଟି ଓ୍ବିକେଟ୍ ନେଇଥିଲେ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
