Explore

Search

January 19, 2026 9:04 pm

ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଉପହାର

ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି — ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ୩ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଫଳରେ ମହଙ୍ଗା ଭତ୍ତା ୫୫ ରୁ ବୃଦ୍ଧି ପାଇ ୫୮ ପ୍ରତିଶତ ହୋଇଛି। ଏହି ବୃଦ୍ଧି ଜୁଲାଇ ୧, ୨୦୨୫ ରୁ ପିଛିଲା ଭାବରେ ଲାଗୁ ହେବ।

ଚଳିତ ଅକ୍ଟୋବର ମାସର ଦରମାରେ, କର୍ମଚାରୀମାନେ ଏହି ବର୍ଦ୍ଧିତ ଭତ୍ତା ନଗଦ ଆକାରରେ ପାଇବେ।

ସେହିପରି, ପେନ୍‌ସନଭୋଗୀମାନଙ୍କ ଟି.ଆଇ (Dearness Relief) ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି, ଯାହା ସେମାନଙ୍କ ଅକ୍ଟୋବର ମାସ ପେନ୍‌ସନରେ ଲାଗୁ ହେବ।

ଏହି ସିଦ୍ଧାନ୍ତ ଫଳରେ ପ୍ରାୟ 8.5 ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଲାଭାନ୍ବିତ ହେବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score