Explore

Search

January 23, 2026 11:48 pm

ଭୁବନେଶ୍ଵରରେ ଖୋଲିବ ଜାତୀୟ ତଦନ୍ତ ସଂସ୍ଥାର ଶାଖା

ରାଜ୍ଯରେ ତଦନ୍ତ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ଭୁବନେଶ୍ଵରର ଭିଏସଏସ୍ ନଗରରେ ଜାତୀୟ ତଦନ୍ତ ସଂସ୍ଥାର ଶାଖା ଖୋଲିବାକୁ ଯାଉଛି l ଯାହାର ଦାୟିତ୍ଵରେ ରହିବେ ଜଣେ ଏସପି ରାଙ୍କର ଅଧିକାରୀ l ଏହି ଶାଖା ଏକ ଥାନା ଭାବେ କାମ କରିବ l ଯାହା ଅଧୀନରେ ପୁରା ରାଜ୍ୟ ରହିବ l ଆତଙ୍କବାଦୀ ଗତିବିଧିର ଯାଞ୍ଚ କରୁଥିବା, ଆତଙ୍କବାଦ ସହିତ ଜଡ଼ିତ ଅପରାଧ, ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ପ୍ରଭାବିତ କରୁଥିବା ଦେଶର ସର୍ବଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ହେଉଛି ’ଜାତୀୟ ତଦନ୍ତ ସଂସ୍ଥା’ l

‘ଏନ୍‌ଆଇଏ’ର ସାରା ଭାରତରେ ୧୯ଟି ଶାଖା କାର୍ଯ୍ୟାଳୟ ଅଛି। ଏହାର ମୁଖ୍ୟ କାର୍ଯ୍ୟଳୟ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଅବସ୍ଥିତ। ଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦ ବିପଦକୁ ମୁକାବିଲା କରିବା ପାଇଁ ଏହି ଶାଖା କାର୍ଯ୍ୟାଳୟଗୁଡ଼ିକ ରଣନୀତିକ ଭାବରେ ଅବସ୍ଥିତ। ହାଇଦ୍ରାବାଦ, ଗୁଆହାଟୀ, କୋଚି, ଲକ୍ଷ୍ନୌ, ମୁମ୍ବାଇ, କୋଲକାତା, ରାୟପୁର, ଜମ୍ମୁ, ଚଣ୍ଡିଗଡ଼, ରାଞ୍ଚି, ଚେନ୍ନାଇ, ଇମ୍ଫାଲ, ବେଙ୍ଗାଲୁରୁ, ପାଟନା, ଜୟପୁର, ଭୋପାଳ ଏବଂ ଅହମ୍ମଦାବାଦ ଏନଆଇଏ ଶାଖା କାର୍ଯ୍ୟାଳୟ ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score