Explore

Search

July 22, 2026 1:15 am

ଭାରତରେ ଆରମ୍ଭ ହେବ ହାଇ ପାୱାର ଡେମୋଗ୍ରାଫି ମିଶନ : ପ୍ରଧାନମନ୍ତ୍ରୀ

ଚଳିତ ବର୍ଷ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ସ୍ବାଧୀନତା ଦିବସ ଇତିହାସର ସବୁଠୁ ଲମ୍ବା ଭାଷଣ ଦେବା ସହିତ ସ୍ବାଧୀନତାର ମହାପର୍ବ ତଥା ସଂକଳ୍ପର ପର୍ବରେ ୧୪୦ କୋଟି ଭାରତୀୟଙ୍କୁ ଏହି ପର୍ବରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି l ନିଜ ଅଭିଭାଷଣରେ “ଭାରତ ପରି ସାର୍ବଭୌମ୍ୟ ରାଷ୍ଟ୍ରରେ
ସମ୍ବିଧାନ ହିଁ ଦେଶକୁ ନୂଆ ଦିଗ ଦେଖାଇଛି l

ଆଜିର ଦିନରେ ସମ୍ବିଧାନ ନିର୍ମାତାଙ୍କୁ ନମନ କରୁଛି “ହାଇ ପାୱାର ଡେମୋଗ୍ରାଫି ମିଶନ” l ଯାହାଦ୍ୱାରା ଅନୁପ୍ରବେଶକାରୀଙ୍କୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ l ସୀମାବର୍ତ୍ତୀ ଅଞ୍ଚଳରେ ଡେମୋଗ୍ରାଫି ବଦଳୁଛି l ଏଥିପାଇଁ ଷଡଯନ୍ତ୍ର ମଧ୍ଯ ଚାଲିଛି l ଏହି ବାହ୍ୟ ଅନୁପ୍ରବେଶକାରୀ ମାନେ ଆମ ଯୁବକ ଯୁବତୀଙ୍କୁ ଭ୍ରମିତ କରୁଛନ୍ତି ଏହାକୁ ସମୂଳେ ରୋକିବା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛୁ l ଫଳସ୍ଵରୂପ ହାଇପାୱାର ଡେମୋଗ୍ରାଫି ମିଶନ ଆରମ୍ଭ ହେବ l ଏଥିସହ ସୁଦର୍ଶନ ଚକ୍ର ମିଶନ ଆରମ୍ଭ ହେବ କହିଲେ ପ୍ରଧାନମନ୍ତ୍ରୀ l ରାଷ୍ଟ୍ରୀୟ ସୁରକ୍ଷା କବଚକୁ ବିସ୍ତାର କରିବୁ l ୨୦୩୫ ସୁଦ୍ଧା ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ସୁରକ୍ଷା କବଚ ଦେବୁ ଯାହାର ମିଶନ ଶୀଘ୍ର ଆରମ୍ଭ କରିବାକୁ ଯାଉଛି l ସୁଦର୍ଶନ ଚକ୍ର ମିଶନ ପାୱାରଫୁଲ୍ ୱିପେନ୍ ସିଷ୍ଟମ l ଯାହା ଶତ୍ରୁର ଆକ୍ରମଣକୁ ବିଫଳ କରିବ ବୋଲି ଲାଲକିଲ୍ଲାରୁ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score