Explore

Search

October 16, 2026 10:58 pm

ପେଟ୍ରୋଲ ପମ୍ପ ବ୍ୟତୀତ ଅନ୍ୟଥା ମିଳିବ ନାହିଁ ପେଟ୍ରୋଲ, ଆଜି ସରକାରୀସ୍ତରୀୟ ବୈଠକ

ଆଉ ବୋଲତରେ ପେଟ୍ରୋଲ ମିଳିବ ନାହିଁ ! ପ‌େଟ୍ରୋଲ ଆଣିବାକୁ ହେଲେ ସାଥୀରେ ଗାଡ଼ି ନେଇକି ଯିବାକୁ ପଡ଼ିବ। ଆଜିଠାରୁ (ସୋମବାର) ଠାରୁ ଏହି ନିୟମକୁ କଡ଼ାକଡ଼ି କରିଦିଆଯିବ। ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ମାଲିକ ସଂଘ କହିଛନ୍ତି ଯେ, ଅତି ଆବଶ୍ୟକ ପରିସ୍ଥିତିରେ ଆଧାରକାର୍ଡର ଜେରକ୍ସ କପି ଦେଲେ ବୋତଲରେ ପେଟ୍ରୋଲ ମିଳିପାରିବ। ତେବେ ଆଜି ସନ୍ଧ୍ୟାରେ ୫ଟାରେ ଖୋଲା ପେଟ୍ରୋଲ ବିକ୍ରି ନେଇ ସରକାରୀ ସ୍ତରରେ ବୈଠକ ବସିବ l ଏହି ପ୍ରସଙ୍ଗରେ ବୈଠକ ଡାକିଛନ୍ତି ମନ୍ତ୍ରୀ l ଏନେଇ ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ବସିବ ବୈଠକ l ସାମିଲ୍‌ ହେବେ ପେଟ୍ରୋଲ୍ ପମ୍ପ ସଂଘ ଓ ବିଭାଗୀୟ ଅଧିକାରୀ l କୃଷକ, ନୌକା ଚାଳକ ଜେନେରେଟର ପାଇଁ କିପରି ପାଇବେ ତେଲ l ନୂଆ ଗାଇଡଲାଇନ ଆଣିବା ଯୋଗୁଁ ଏହି ବୈଠକ ବସିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score