ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ୨୦୨୬ର ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ଭାରତ ସରକାର ଜାନୁଆରୀ ୨୫ ତାରିଖରେ ରୋହିତ ଶର୍ମା ଓ ହରମନପ୍ରୀତ କୌରଙ୍କ ସମେତ ୧୩୧ ଜଣ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥିଲେ। ମେ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମୋଟ ୬୬ ଜଣଙ୍କୁ ସମ୍ମାନିତ କରାଯାଇଥିଲା।
ହରମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ ଦଳ ୨୦୨୫ ଓଡିଆଇ ବିଶ୍ୱକପ୍ ଜିତିଥିଲା। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ହରମନପ୍ରୀତଙ୍କ ବ୍ୟତୀତ ବଳଦେବ ସିଂହ, ଭଗବାନଦାସ ରାଇକୱାର, କେ. ପଞ୍ଜାନିଭେଲ, ସବିତ ପୁନିଆ ଏବଂ ପ୍ରବୀଣ କୁମାର ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି।
ରୋହିତ ଶର୍ମା କାହିଁକି ଗଲେନି?
ରୋହିତ ଶର୍ମା ପ୍ରଥମ ପର୍ଯ୍ୟାୟରେ ପୁରସ୍କାର ଗ୍ରହଣ କରିପାରିନଥିଲେ। ବ୍ୟସ୍ତ କାର୍ଯ୍ୟସୂଚୀ ଓ ସମୟ ଅଭାବ ଯୋଗୁଁ ସେ ଏହି ପର୍ଯ୍ୟାୟରେ ଉପସ୍ଥିତ ହୋଇପାରିନଥିଲେ। ନିୟମ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଅନୁପସ୍ଥିତ ବିଜେତାମାନେ ପରବର୍ତ୍ତୀ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିପାରିବେ। ତେଣୁ ରୋହିତ ଶର୍ମା ଶୀଘ୍ର ଆଗାମୀ ପର୍ଯ୍ୟାୟରେ ପଦ୍ମଶ୍ରୀ ଗ୍ରହଣ କରିବେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
