Explore

Search

May 13, 2026 1:19 am

ଡ୍ରାଗନ୍ ଦେଶ ଭାବେ କାହିଁକି ପରିଚିତ ଚୀନ୍ ? ଜାଣନ୍ତୁ ଇତିହାସ ଓ ସାଂସ୍କୃତିକ ରହସ୍ୟ

ବିଶ୍ୱରେ ଅନେକ ଦେଶ ନିଜସ୍ୱ ପ୍ରତୀକାତ୍ମକ ପରିଚୟ ପାଇଁ ଖ୍ୟାତିଲାଭ୍ୟ କରିଛି । ସେହିପରି ଚୀନକୁ ପ୍ରାୟତଃ “ଡ୍ରାଗନ୍‌ର ଦେଶ” ବୋଲି କୁହାଯାଏ। ହେଲେ ଏହା କୌଣସି ସରକାରୀ ନାମ ନୁହେଁ, ବରଂ ଚୀନର ହଜାର ବର୍ଷ ପୁରୁଣା ସାଂସ୍କୃତିକ ଓ ଐତିହାସିକ ପରିଚୟର ଏକ ଶକ୍ତିଶାଳୀ ପ୍ରତୀକ।

ଚୀନୀ ସଭ୍ୟତାରେ ଡ୍ରାଗନକୁ କେବେ ମଧ୍ୟ ଭୟଙ୍କର କିମ୍ବା ବିନାଶକାରୀ ପ୍ରାଣୀ ଭାବେ ଦେଖାଯାଇନଥାଏ। ବରଂ ଏହାକୁ ଶକ୍ତି, ଏକତା, ସମୃଦ୍ଧି, ସୁରକ୍ଷା ଓ ସୌଭାଗ୍ୟର ପ୍ରତୀକ ଭାବେ ମାନାଯାଏ। ଏହି କାରଣରୁ ଚୀନୀ ଲୋକମାନେ ନିଜକୁ “ଡ୍ରାଗନ୍‌ର ସନ୍ତାନ” ବୋଲି ଗର୍ବର ସହ କହିଥାନ୍ତି।

ଚୀନର ପୁରାତନ ଇତିହାସ ଅନୁଯାୟୀ ସମ୍ରାଟ ହୁଆଙ୍ଗ ଡ଼ି ବିଭିନ୍ନ ଜନଜାତିକୁ ଏକତ୍ର କରିଥିଲେ। ପ୍ରତ୍ୟେକ ଜନଜାତିର ଅଲଗା ଅଲଗା ପ୍ରତୀକକୁ ମିଶାଇ ଏକ ଏକୀକୃତ ଚିହ୍ନ ତିଆରି କରାଯାଇଥିଲା। ପରେ ସେହି ପ୍ରତୀକ ଡ୍ରାଗନର ଆକୃତି ନେଇଥିଲା ଏବଂ ଚୀନର ଏକତାର ପ୍ରତୀକ ଭାବେ ପରିଚିତ ହୋଇଯାଇଥିଲା।

ପ୍ରାଚୀନ କାଳରେ ଚୀନ୍‌ର ସମ୍ରାଟମାନେ ନିଜକୁ ଦୈବୀୟ ଶାସକ ବୋଲି ମନେ କରୁଥିଲେ। ସେମାନଙ୍କର ପୋଷାକ, ରାଜପ୍ରାସାଦ ଓ ରାଜଚିହ୍ନରେ ଡ୍ରାଗନ୍‌ର ଚିତ୍ର ବିଶେଷ ସ୍ଥାନ ପାଇଥିଲା। ଏହା ରାଜଶକ୍ତି ଓ ସମ୍ମାନର ପ୍ରତୀକ ଭାବେ ଗଣ୍ୟ ହୁଏଥିଲା।

ପାଶ୍ଚାତ୍ୟ ସଂସ୍କୃତିରେ ଡ୍ରାଗନକୁ ଅଧିକାଂଶ ସମୟରେ ବିନାଶକାରୀ ଶକ୍ତି ଭାବେ ଦେଖାଯାଏ। କିନ୍ତୁ ଚୀନୀ ସଂସ୍କୃତିରେ ଏହାର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ଡ୍ରାଗନ୍ ଜ୍ଞାନ, ଉନ୍ନତି, ସୁରକ୍ଷା ଓ ଶୁଭ ଭାଗ୍ୟର ପ୍ରତୀକ ଭାବେ ପୂଜିତ।

ଯେପରି ଜାପାନକୁ “ଉଦୟମାନ ସୂର୍ଯ୍ୟର ଦେଶ” ଓ ନରୱେକୁ “ମଧ୍ୟରାତ୍ରୀ ସୂର୍ଯ୍ୟର ଦେଶ” ବୋଲି କୁହାଯାଏ, ସେପରି ଚୀନ୍ ବିଶ୍ୱ ମଞ୍ଚରେ “ଡ୍ରାଗନ୍‌ର ଦେଶ” ଭାବେ ପରିଚିତ। ଯଦିଓ ଏହା କୌଣସି ସରକାରୀ ନାମ ନୁହେଁ, ତଥାପି ଏହା ଚୀନର ସାଂସ୍କୃତିକ ଗରିମା ଓ ଐତିହାସିକ ପରିଚୟକୁ ପ୍ରତିବିମ୍ବିତ କରେ।

ସରକାରୀ ଭାବେ ଚୀନର ପୂର୍ଣ୍ଣ ନାମ “ଚୀନ ଗଣରାଜ୍ୟ”। ୧୯୪୯ ମସିହା ଅକ୍ଟୋବର ୧ ତାରିଖରେ ଏହାର ସ୍ଥାପନା ହୋଇଥିଲା। କିନ୍ତୁ “ଡ୍ରାଗନ୍” ନାମଟି ଆଜି ମଧ୍ୟ ଚୀନର ସାଂସ୍କୃତିକ ଶକ୍ତି ଓ ପରମ୍ପରାର ଏକ ଅମର ପରିଚୟ ଭାବେ ରହିଆସିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score