Explore

Search

January 17, 2026 3:08 pm

ଚାମ୍ପିୟନ୍ସ ଟ୍ରଫିରେ ଖରାପ ପ୍ରଦର୍ଶନ ହେତୁ ଇସ୍ତଫା ଦେଲେ ଇଂଲଣ୍ଡ ଅଧିନାୟକ

ଚାମ୍ପିୟନ୍ସ ଟ୍ରଫିରେ ଖରାପ ପ୍ରଦର୍ଶନ ହେତୁ ଇସ୍ତଫା ଦେଲେ ଇଂଲଣ୍ଡ ଅଧିନାୟକ

ନିକଟରେ ଚାଲିଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ ରୁ ଏକ ଖବର ସାମ୍ନାକୁ ଆସିଛି। ଟୁର୍ନାମେଣ୍ଟରେ ଖରାପ ପ୍ରଦର୍ଶନ ପରେ ନିଜର ପଦ ଛାଡ଼ିଛନ୍ତି ଅଧିନାୟକ । ପୂର୍ବତନ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋସ ବଟଲର ଇସ୍ତଫା ଦେଇଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡ ଦଳର ଖରାପ ପ୍ରଦର୍ଶନ ପରେ ବଟଲର ଏଭଳି ଘୋଷଣା କରିଛନ୍ତି। ଯାହାକୁ କ୍ରିକେଟପ୍ରେମୀ ସହଜରେ ଗ୍ରହଣ କରିପାରିନାହାନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡକୁ ପ୍ରଥମ ଦୁଇଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଦଳର ଶେଷ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଥିବା ବେଳେ ବଟଲର ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଫଗାନିସ୍ତାନ ଭଳି ଏକ ଛୋଟ ଦଳ ବିପକ୍ଷରେ ଇଂଲଣ୍ଡ ମଧ୍ୟ ପରାଜିତ ହୋଇଥିଲା। ଏହି ପରାଜୟ ସହିତ ଦଳ ଟୁର୍ନାମେଣ୍ଟରୁ ବାହାର ହୋଇଥିଲା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score