Explore

Search

January 17, 2026 1:36 pm

ଗଞ୍ଜାମ ଜିଲ୍ଲାରେ ହେବ ଲକ୍ଷେ କୋଟି ନିବେଶ

ଓଡ଼ିଶାର ପ୍ରାଣକେନ୍ଦ୍ର ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ବ୍ରହ୍ମପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ବକ୍ତବ୍ୟ ମାଧ୍ୟମରେ ଜିଲ୍ଲାରେ “ଏକଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠା ହେବ । ଏହାଦ୍ଵାରା ଜିଲ୍ଲାର ଅନେକ ଯୁବବର୍ଗମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅଞ୍ଚଳରେ ଆଗାମୀ ଦିନରେ କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ଯେପରି ଅଧିକ ବିକାଶ ହୋଇପାରିବ ସେଥିପ୍ରତି ଆମେ ସ୍ବତନ୍ତ୍ର ଦୃଷ୍ଟି ଦେବୁ। ଏହି ଅଞ୍ଚଳରେ ଚିନିକଳ ଅଛି । ଗୋଟିଏ ଜିଲ୍ଲା ଗୋଟିଏ ଶିଳ୍ପ ନୀତିରେ ତାହାକୁ ଆଧାର କରି ଏହି ଅଞ୍ଚଳର ବିକାଶ କାର୍ଯ୍ୟକାରୀ କରା‌ଯିବ” ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score