Explore

Search

March 8, 2026 10:16 pm

କୋରାପୁଟ ଜିଲ୍ଲାକୁ ମିଳିବ ପ୍ରଧାନମନ୍ତ୍ରୀ ପୁରସ୍କାର

ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ଉତ୍କର୍ଷତା ହାସଲ ନିମନ୍ତେ ଓଡ଼ିଶାର କୋରାପୁଟ ଜିଲ୍ଲାକୁ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରତିଷ୍ଠିତ “ପ୍ରଧାନମନ୍ତ୍ରୀ ପୁରସ୍କାର ୨୦୨୫” ବର୍ଷ ମିଳିବ l କେନ୍ଦ୍ର ସରକାରଙ୍କ ୧୧ଗୋଟି ଯୋଜନାକୁ ସଫଳ ରୂପେ କାର୍ଯ୍ୟକାରୀ କରିଥିବା ହେତୁ ଜିଲ୍ଲାପ୍ରଶାସନକୁ ପ୍ରଶଂସା କରାଯାଇଛି l ଫଳସ୍ଵରୂପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଏପ୍ରିଲ ୨୦୨୫ରେ ସିଭିଲ ସର୍ଭିସ ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରିବେ। କୋରାପୁଟର ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କୁ ଜିଲ୍ଲା ପକ୍ଷରୁ ପୁରସ୍କାର ଗ୍ରହଣ କରିବା ପାଇଁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସିଭିଲ ସର୍ଭିସ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score