Explore

Search

April 29, 2026 11:50 am

କୁସ୍ତିକୁ ଅଲବିଦା :ଅଲିମ୍ପିକ୍ସର ଝଟକା ପରେ ଅବସର ଘୋଷଣା କଲେ ଭିନେଶ ଫୋଗଟ୍

Vinesh phogat

ପ୍ୟାରିସ୍ ଅଲିମ୍ପିକ୍ସ ରେ ଲାଗିଥିବା ବଡ ଝଟକା କୁ ନେଇ ବଡ ନିଷ୍ପତି ନେଇଛନ୍ତି ରେସଲର ଭିନେଶ ଫୋଗଟ୍ ୨୩ ବର୍ଷର କୁସ୍ତି କ୍ୟାରିୟରକୁ କହିଛନ୍ତି ଅଲବିଦା ସାମାଜିକ ଗଣମାଧ୍ୟମରେ ଏ ନେଇ ସୂଚନା ଦେଇଛନ୍ତି । ଗତକାଲି ଫାଇନାଲ ଲଢ଼େଇ ପୂର୍ବରୁ ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ସେ ୫୦ କେଜି ବର୍ଗରେ ଖେଳୁଥିଲେ । ମାତ୍ର ୧୦୦ ଗ୍ରାମ ଅଧ‌ିକ ଓଜନ ପାଇଁ ତାଙ୍କୁ ଡିସକ୍ବାଲିଫାଏ ଘୋଷଣା କରାଯାଇଥିଲା । ସେ ପ୍ରଥମ ଭାରତୀୟ କୁସ୍ତିଯୋଦ୍ଧା ଯେ ଅଲିମ୍ପିକ୍ସରେ ଫାଇନାଲକୁ ଉନ୍ନିତ ହୋଇଥିଲେ। ତାଙ୍କୁ ଅଯୋଗ୍ୟ ଘୋଷଣା ସାରା ଦେଶକୁ ମର୍ମାହତ କରିଦେଇଛି । ଏଥି ସହିତ ଆହୁରି ମଧ୍ୟ ସେ କହିଛନ୍ତି ମୁଁ ହାରିଯାଇଛି ଆପଣଙ୍କ ସ୍ୱପ୍ନ ଓ ମୋର ସାହସ ଭାଙ୍ଗି ଯାଇଛି ଏବଂ ମୋ ପାଖରେ ଆଉ ଶକ୍ତି ନାହିଁ

ମାତ୍ର ଏହି ଘଡ଼ିସନ୍ଧି ମୁହୁର୍ତରେ ଦେଶର କୋଣ କୋଣ ରୁ ଛୁଟି ଆସିଛି ଢେର ସାରା ସହଯୋଗ ଏବଂ ସାହସ । ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି କହିଛନ୍ତି ଯେ ଭିନେଶ ଫୋଗଟ ଫାଇନାଲ ଖେଳିପାରିନଥିଲେ ମଧ୍ୟ ତାଙ୍କୁ ପୁରସ୍କାର ସମେତ ସମସ୍ତ ସୁବିଧା ପ୍ରଦାନ କରାଯିବ। ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ କେତେକ କାରଣରୁ ସେ ଅଲିମ୍ପିକ୍ସର ଫାଇନାଲ ଖେଳିବାକୁ ସକ୍ଷମ ହୋଇନାହାଁନ୍ତି କିନ୍ତୁ ସେ ଆମ ସମସ୍ତଙ୍କ ପାଇଁ ଚାମ୍ପିୟନ। ଅଲିମ୍ପିକ୍‌ର ରୌପ୍ୟ ପଦକ ବିଜେତାଙ୍କୁ ହରିୟାଣା ସରକାର ଦେଇଥିବା ସମସ୍ତ ସମ୍ମାନ, ପୁରସ୍କାର ଏବଂ ସୁବିଧା ମଧ୍ୟ ଭିନେଶ ଫୋଗଟ୍‌ଙ୍କୁ କୃତଜ୍ଞତା ସହିତ ପ୍ରଦାନ କରାଯିବ, ଆମେ ଭିନେଶଙ୍କ ପାଇଁ ଗର୍ବିତ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score