Explore

Search

August 10, 2026 12:29 am

ଓଡ଼ିଶା ଫୁଟବଲ ସଂଘ ସଭାପତି ହେଲେ ସମୀର ଦେ

samir dey minister

ଫୁଟବଲ୍ ଆସୋସିଏସନ ଅଫ୍ ଓଡ଼ିଶାର (ଫାଓ) ନୂଆ ସଭାପତି ହେବେ ରାଜ୍ୟର ପୂର୍ବତନ ମନ୍ତ୍ରୀ ସମୀର ଦେ। ଫାଓର ସଭାପତି ପଦ ପାଇଁ ନିର୍ବାଚନରେ ସେ ନିର୍ଦ୍ୱନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ଆସୋସିଏସନର ସାଧାରଣ ସମ୍ପାଦକ ଭାବେ ଆଶୀର୍ବାଦ ବେହେରା ମଧ୍ୟ ନିର୍ଦ୍ୱନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ଜୁଲାଇ ୨୧ ତାରିଖରେ ଏନେଇ ସଂଘ ପକ୍ଷରୁ ଔପଚାରିକ ଭାବେ ଘୋଷଣା କରାଯିବ।

 

ଫୁଟବଲ୍ ଆସୋସିଏସନ ଅଫ୍ ଓଡ଼ିଶାର ସାଧାରଣ ପରିଷଦ ନିର୍ବାଚନ ଜୁଲାଇ ୨୧ରେ ହେବାକୁ ଧାର୍ଯ୍ୟ ହୋଇଥିଲା। ଏହାପୂର୍ବରୁ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଫାଓର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ।

 

ଦେବାଶିଷ ସାମନ୍ତରାୟ ପଦ ଛାଡ଼ିବା ପରେ ସମୀର ଦେ ଫାଓର ସଭାପତି ହେବା ନେଇ ଚର୍ଚ୍ଚା ହେଉଥିଲା। ସେ ରାଇଜିଂ ଷ୍ଟୁଡେଣ୍ଟ୍‌ କ୍ଲବ୍‌ ପକ୍ଷରୁ ପ୍ରତିନିଧିତ୍ଵ କରୁଛନ୍ତି।ଏହି ନିର୍ବାଚନରେ ସଂଘର ସଭାପତି ଓ ସାଧାରଣ ସମ୍ପାଦକ ବ୍ୟତୀତ ଉପସଭାପତି, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଅନ୍ୟ ପଦ ପଦବୀ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ଫୁଟବଲ୍ ସଂଘ ଓ କ୍ଲବରୁ ମୋଟ ୨୪୧ ଜଣ ଭୋଟର ରହିଛନ୍ତି।

 

ରାଜ୍ୟରେ ସରକାର ବଦଳିବା ପରେ ଏବେ ବିଭିନ୍ନ କ୍ରୀଡ଼ା ସଂଘରେ ମଧ୍ୟ ପରିବର୍ତ୍ତନ ‌ହେବା ଆରମ୍ଭ ହୋଇଛି। ଫୁଟବଲ୍ ଆସୋସିଏସନ ପରେ ଏହାର ପ୍ରଭାବ ଓଡ଼ିଶା କ୍ରିକେଟ୍ ଆସୋସିଏସନରେ ମଧ୍ୟ ପଡ଼ିବାର ସମ୍ଭବନା ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score