Explore

Search

March 12, 2026 12:59 am

ଇତିହାସ ରଚିଲେ ମନିକା:ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବେ କ୍ୱାର୍ଟରରେ ପହଞ୍ଚିଲେ ।

Manika Batra

ଅଲିମ୍ପିକ୍ସରେ ଇତିହାସ ରଚିଲେ ମନିକା । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ମନିକା ବାତ୍ରା ବିଶ୍ୱର ୨୬ତମ ର଼୍ୟାଙ୍କ ଚେନ ଜୁ ୟୁଙ୍କୁ ହରାଇ ଦେଇଛନ୍ତି। ବିଜୟ ସହ ବାତ୍ରା ଆଇଟିଟିଏଫ୍‌ ଓ୍ବାଲର୍‌ଡ ଟୁର ହଙ୍ଗେରିଆନ ଓପନର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବେ ରାଉଣ୍ଡ-16କୁ ଉଠିଛନ୍ତି ମନିକା । ମହିଳା ଟେବୁଲ ଟେନିସ ସିଙ୍ଗଲ୍ସ ପ୍ରତିଯୋଗିତାରେ ଏହି କମାଲ କରିଛନ୍ତି ମନିକା ।

ସକାଳ ସେସନରେ ଏ ଏକ ତୀବ୍ର ପ୍ରତିଦ୍ବନ୍ଦିତାମୂଳକ ମ୍ୟାଚରେ ମନିକା ୪-୨ (୧୧-୭, ୬-୧୧, ୧୨-୧୦, ୧୧-୧୩, ୧୨-୧୦, ୧୧-୬) ରେ ଥାଇଲାଣ୍ଡସୁଥାସିନୀ ସାୱେ ୱେଟାବଟଙ୍କୁ ପରାସ୍ତ କରିଥିଲେ । ଆଗାମୀ ମ୍ୟାଚ୍‌ରେ ବାତ୍ରା ବିଶ୍ୱର ୧୧ ନମ୍ବର ର଼୍ୟାଙ୍କପ୍ରାପ୍ତ ହିରୋନା ମିଉଙ୍କୁ ଭେଟିବେ। ଏହାବାଦ୍‌ ପୁରୁଷ ଡବଲ୍ସ ବର୍ଗରେ ମଧ୍ୟ ସାଥିଆ ତାଙ୍କ ସାଥି ଆଚାନ୍ତ ଶରଥ କମଲଙ୍କ ସହ ସେମିଫାଇନାଲ ଦୌଡ଼ରେ ଅଛନ୍ତି। ଦୁହେଁ କ୍ୱାର୍ଟର ଫାଇନାଲରେ ହଙ୍ଗେରିର ଆଡାମ ଜୁଦି ଓ ନନଡୋର ଇକସେକିଙ୍କ ଯୋଡ଼ିକୁ ଭେଟିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score